ମ୍ୟାଚ ହାରିବା ପରେ ଭାଙ୍ଗିପଡିଥିଲେ ରିଷଭ ପନ୍ତ, ଶାହରୁଖ ଆଲିଙ୍ଗନ କରି କଲେ ଉତ୍ସାହିତ

ପନ୍ତଙ୍କୁ ସାକ୍ଷାତ କରିବା ସମୟରେ ଶାହରୁଖ ବେଶ୍‌ ଭାବୁକ ହୋଇପଡିଛନ୍ତି । ଶାହରୁଖ ପନ୍ତଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ସମୟରେ ଶାହରୁଖ ଏବଂ ପନ୍ତ ଉଭୟ କିଛି ସମୟ କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନରେ ହରାଇଛି କୋଲକତା ନାଇଟ ରାଇଡର୍ସ । ଏତେ ବଡ ସ୍କୋରରେ ଦିଲ୍ଲୀକୁ ହରାଇବା ପରେ କେକେଆର ଟିମର ସମସ୍ତ ଖେଳାଳିଙ୍କୁ ଶାହରୁଖ ଖାନ ସାକ୍ଷାତ କରିଛନ୍ତି । କେବଳ ଏତିକି ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତଙ୍କୁ ମଧ୍ୟ ଦେଖା ହୋଇଛନ୍ତି ।

ପନ୍ତଙ୍କୁ ସାକ୍ଷାତ କରିବା ସମୟରେ ଶାହରୁଖ ବେଶ୍‌ ଭାବୁକ ହୋଇପଡିଛନ୍ତି । ଶାହରୁଖ ପନ୍ତଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ସମୟରେ ଶାହରୁଖ ଏବଂ ପନ୍ତ ଉଭୟ କିଛି ସମୟ କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by IPL (@iplt20)

ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚ ହାରିଯାଇଛି କିନ୍ତୁ ପନ୍ତ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ପନ୍ତ ଲଗାତାର ଦ୍ୱିତୀୟ ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ପନ୍ତ ୨୫ ବଲରେ ୫୫ ରନ୍‌ କରିଛନ୍ତି । ଏଥିରେ ୪ଟି ଚଉକା ଏବଂ ୫ଟି ଛକା ରହିଛି । ଏହା ପୂର୍ବରୁ ପନ୍ତ ସିଏସକେ ବିପକ୍ଷରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । କୋଲକତା ନାଇଟ ରାଇଡର୍ସ ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୭୨ ରନ୍‌ କରିଥିଲା । ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୬୬ ରନ୍‌ କରିପାରିଥିଲା । ଫଳରେ ୧୦୬ର ବଡ ସ୍କୋରରେ ହାରିଥିଲା ଦିଲ୍ଲୀ ।

ଏହି ପରାଜୟ ପରେ ରିଷଭ ପନ୍ତ ସହିତ ପ୍ଲେଇଂ ଇଲେଭେନର ବାକି ଖେଳାଳିଙ୍କ ଉପରେ ଜରିମାନା ଲାଗିଛି । ଦ୍ୱିତୀୟଥର ପାଇଁ ପନ୍ତଙ୍କ ଟିମ୍‌ ସ୍ଲୋ ଓଭର ରେଟ ପାଇଁ ଦୋଷୀ ହୋଇଛି । ଏଥିପାଇଁ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଦିଲ୍ଲୀର ଅନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାବା କିମ୍ବା ମ୍ୟାଚର ୨୫ ପ୍ରତିଶତ ଫି ଜରିମାନା ଲାଗିଛି ।

ଦୁର୍ଘଟଣା ପରେ ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ କ୍ରିକେଟକୁ ଫେରିଛନ୍ତି ପନ୍ତ । କିନ୍ତୁ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଉପରେ ବ୍ୟାନ୍ ଲାଗିପାରେ । ଏଥିପାଇଁ ବିସିସିଆଇ ତରଫରୁ ସଂକେତ ମଧ୍ୟ ମଳିସାରିଛି । ବର୍ତ୍ତମାନ ପନ୍ତଙ୍କ ପାଖରେ ଶେଷ ସୁଯୋଗ ରହିଛି । ଆଉ ଗୋଟିଏ ଭୁଲ ପନ୍ତଙ୍କୁ ଆଇପିଏଲରେ ବ୍ୟାନ୍ ଲଗାଇପାରେ । ଲଗାତାର ଦୁଇଟି ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀ ଅଧିନାୟକ ପନ୍ତ । ଯାହା ଫଳରେ ତାଙ୍କ ଉପରେ ବ୍ୟାନ୍ ଲାଗିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି ।

ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ । ତେଣୁ ଆଉ ଥରେ ସ୍ଲୋ ଓଭର ରେଟ୍ ବୋଲିଂ ପନ୍ତଙ୍କୁ ଗୋଟିଏ ମ୍ୟାଚରେ ବ୍ୟାନ୍ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.