ସ୍କିନ୍‌ରେ ଅତ୍ୟଧିକ ଟ୍ୟାନିଂ ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ଫେସ୍‌ ପ୍ୟାକ୍‌, ମିଳିବ ଅନେକ ଫାଇଦା

ଗ୍ରୀଷ୍ମ ଋତୁରେ ଟ୍ୟାନିଂ ଏକ ସାଧାରଣ ସମସ୍ୟା ହୋଇଥାଏ । ଯେଉଁଥିପାଇଁ ଆମ ଚେହେରାର ରଙ୍ଗ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଲୋକମାନେ ଟ୍ୟାନ୍‌କୁ ଏଡାଇବା ପାଇଁ ବିଭିନ୍ନ କ୍ରିମ୍‌ ବ୍ୟବହାର କରନ୍ତି । କିନ୍ତୁ ଏହା ପରେ ମଧ୍ୟ ଟ୍ୟାନିଂ ଆପଣଙ୍କ ସ୍କିନ୍‌ରୁ ଯାଇନଥାଏ । ତେବେ ଟ୍ୟାନିଂକୁ ଏଡାଇବା ପାଇଁ ଲୋକମାନେ ବଜାରର ବହୁତ ମହଙ୍ଗା ଜିନିଷ ବ୍ୟବହାର କରିବା ଆରମ୍ଭ କରନ୍ତି । କିନ୍ତୁ ଏହା କେବଳ କିଛି ସମୟ ପାଇଁ କାମ କରିଥାଏ ।

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଛି । ଏହି ଋତୁରେ ଟ୍ୟାନିଂ ଏକ ସାଧାରଣ ସମସ୍ୟା ହୋଇଥାଏ । ଯେଉଁଥିପାଇଁ ଆମ ଚେହେରାର ରଙ୍ଗ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଲୋକମାନେ ଟ୍ୟାନ୍‌କୁ ଏଡାଇବା ପାଇଁ ବିଭିନ୍ନ କ୍ରିମ୍‌ ବ୍ୟବହାର କରନ୍ତି । କିନ୍ତୁ ଏହା ପରେ ମଧ୍ୟ ଟ୍ୟାନିଂ ଆପଣଙ୍କ ସ୍କିନ୍‌ରୁ ଯାଇନଥାଏ । ତେବେ ଟ୍ୟାନିଂକୁ ଏଡାଇବା ପାଇଁ ଲୋକମାନେ ବଜାରର ବହୁତ ମହଙ୍ଗା ଜିନିଷ ବ୍ୟବହାର କରିବା ଆରମ୍ଭ କରନ୍ତି । କିନ୍ତୁ ଏହା କେବଳ କିଛି ସମୟ ପାଇଁ କାମ କରିଥାଏ । ଏଭଳି ପରିସ୍ଥିତିରେ ଆପଣ ନିଜ ସ୍କିନ୍‌ର କେୟାର ନେବା ପାଇଁ ମହଙ୍ଗା କେମିକାଲ ପ୍ରଡକ୍ଟବ୍ୟବହାର କରିବା ପରିବର୍ତ୍ତେ, ଆପଣ କିଛି ଘରୋଇ ଉପଚାର ଚେଷ୍ଟା କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଘରୋଇ ଉପଚାର କିପରି ବ୍ୟବହାର କରିବା ।

ତେବେ ଏହି ଜିନିଷଗୁଡିକ ଆପଣଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଯାହାକୁ ତିଆରି କରିବା ବହୁତ ସହଜ ହୋଇଥାଏ । ଏହି ପ୍ୟାକ୍‌କୁ ତିଆରି କରିବା ପାଇଁ ଆପଣଙ୍କୁ କେବଳ ଦୁଇଟି ଜିନିଷ ଦରକାର ହୋଇଥାଏ । ଆପଣମାନେ ତ ଜାଣିଥିବେ ଯେ ହଳଦୀରେ ବହୁତ ଔଷଧ ଗୁଣ ରହିଥାଏ ଏବଂ ଦହୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଭଲ ହୋଇଥାଏ । ଏହା ସହ ଅଳ୍ପ ମହୁ, ତେବେ ଆସନ୍ତୁ ଜାଣିବା ଯେ ଏହି ତିନୋଟି ଜିନିଷରେ ଫେସ୍ ପ୍ୟାକ୍ କିପରି ତିଆରି କରିବେ ?

ଫେସ୍ ପ୍ୟାକ୍ ତିଆରି ପାଇଁ ଉପାଦାନ :
ତେବେ ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ପାଇଁ ଆପଣଙ୍କୁ କେବଳ ଅଧା କପ୍ ଦହି, ଅଧା ଚାମଚ ହଳଦୀ ଏବଂ ଗୋଟିଏ ଚାମଚ ମହୁକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଆପଣମାନେ ତ ଜାଣିଥିବେ ଯେ ଦହି କେବଳ ଆମ ସ୍କିନ୍‌ର ରଙ୍ଗକୁ ଉନ୍ନତ କରେ ନାହିଁ ବରଂ ଏହା ଆମ ସ୍କିନ୍‌ ପାଇଁ ଆଣ୍ଟି-ଏଜିଂ ଏଜେଣ୍ଟ ଭାବରେ କାମ କରିଥାଏ ଏବଂ ଡ୍ରାଏ ସ୍କିନ୍‌ର ଚମକକୁ ବଢାଇଥାଏ । ଦହିରେ ଥିବା ଲାକ୍ଟିକ୍ ଏସିଡ୍ ଆପଣଙ୍କ ସ୍କିନ୍‌ର ଚମକକୁ ବଢାଇଥାଏ, ସେଥିପାଇଁ ପୂର୍ବକାଳରେ ଲୋକମାନେ ସ୍କିନ୍‌ର କେୟାର ନେବା ପାଇଁ ଦହିର ବ୍ୟବହାର କରିଥାନ୍ତି । ଏହା ସହ ହଳଦୀ ଏବଂ ମହୁ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ମହୁରେ ଲୁମେନ ମିଳିଥାଏ, ଏହା ଏକ ଏନଜାଇମ ଯାହା ଆପଣଙ୍କ ସ୍କିନ୍‌ର ଅନେକ ସମସ୍ୟା ଦୂର କରିଥାଏ । ଏହା ସହ ହଳଦୀରେ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ରହିଥାଏ, ଯାହା ଆପଣଙ୍କ ତ୍ୱଚାରେ ଦାଗ ଏବଂ ରିଙ୍କଲ୍ସକୁ କମ୍‌ କରିଥାଏ ।

ଜାଣନ୍ତୁ ଫେସ୍ ପ୍ୟାକ୍ ତିଆରି କରିବାର ପଦ୍ଧତି :
ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ସର୍ବପ୍ରଥମେ ଅଧା ଚାମଚ ହଳଳୀ ଏବଂ ଅଧା ଚାମଚ ମହୁକୁ ଅଧା କପ୍ ଦହିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ସ୍କିନ୍‌ରେ ଭଲ ଭାବେ ଲଗାନ୍ତୁ । ଏହାକୁ ସ୍କିନ୍‌ରେ ଲଗାଇ ପ୍ରାୟ ୧୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଏହା ପରେ ସ୍କିନ୍‌କୁ ସଫା ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ପେଷ୍ଟକୁ ସପ୍ତାହରେ ଦୁଇଥର ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌ରୁ କଳା ଦାଗ ସହଜରେ ଦୂର କରିବ ଏବଂ ଆପଣଙ୍କ ଚେହେରାକୁ ବହୁତ ଗ୍ଲୋ ଦେବାରେ ଅନେକ ସାହାଯ୍ୟ କରିବ । ଏପରି ଭାବେ ଆପଣ ବର୍ତ୍ତମାନର ଖରାରୁ ନିଜ ସ୍କିନ୍‌କୁ ଟ୍ୟାନ୍‌ରୁ ରକ୍ଷା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.