ରୋଗୀଙ୍କୁ ମୁଣ୍ଡବିନ୍ଧା ଇଞ୍ଜେକସନ୍‌ ବଦଳରେ ଦେଇଦେଲେ କୁୁକୁର କାମୁଡ଼ା ଇଞ୍ଜେକସନ୍‌

ନର୍ସ ଜଣକ ଡାକ୍ତର ଲେଖିଥିବା ବିନ୍ଧା ଇଞ୍ଜେକସନ୍‌ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକସନ୍‌ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । ଯାହାଫଳରେ ମେଡିକାଲ ପରିସରରେ ଦେଖାଦେଇଥିଲା ଚାପା ଉତ୍ତେଜନା ।

ମୁଣ୍ଡ ବିନ୍ଧୁଥିଲା, ଦେହ ହାତ ବି ଜୋରେ ବିନ୍ଧୁଥିଲା ଶରୀରରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଥିଲା । ଯାହାକୁ ସହ୍ୟ କରିନପାରି ମେଡିକାଲ ଯାଇଥିଲେ ରୋଗୀ ଜଣକ । ହେଲେ ମେଡିକାଲରେ ତାଙ୍କ ସହ ଯାହା ଘଟିଗଲା ତାହା କେହି କେବେ ସ୍ୱପ୍ନରେ ଭାବିନଥିଲେ । ରୋଗୀଙ୍କ ମୁହଁରୁ ଯନ୍ତ୍ରଣା ବିଷୟରେ ଶୁଣି ଡାକ୍ତର ମଧ୍ୟ ପ୍ରେସ୍‌କ୍ରିପସନ୍‌ ଲେଖିଥିଲେ । ହେଲେ ନର୍ସ ଜଣକ ଡାକ୍ତର ଲେଖିଥିବା ବିନ୍ଧା ଇଞ୍ଜେକସନ୍‌ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକସନ୍‌ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । ଯାହାଫଳରେ ମେଡିକାଲ ପରିସରରେ ଦେଖାଦେଇଥିଲା ଚାପା ଉତ୍ତେଜନା ।

ତେବେ ଏହି ଭୁଲ୍‌ ଚିକିତ୍ସାର ଶିକାର ହୋଇଥିବା ରୋଗୀ ଜଣକ ହେଉଛନ୍ତି ୫୬ ବର୍ଷୀୟ ବିଜୟ ବିଶ୍ୱାଳ । ତାଙ୍କ ଘର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଦକ୍ଷିଣଵାଡ଼ ଗାଁରେ । ଏହି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଵ୍ୟଵସ୍ଥା ନେଇ ଆସିଛି ଅଭିଯୋଗ । ବିନ୍ଧା ଇଞ୍ଜେକସନ ବଦଳରେ ଦେଇଛନ୍ତି କୁକୁର କାମୁଡା ଇଞ୍ଜେକସନ । କିଛିଦିନ ହେବ ବିଜୟ ବିଶ୍ବାଳଙ୍କର ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ବିନ୍ଧି ହେଉଥିଲା । ସେଥିପାଇଁ ସେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ମଧ୍ୟ ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ପ୍ରେସକ୍ୟୁସନ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ଲେଖିଥିଲେ । ବିଜୟ ଇଞ୍ଜେକସନ ନେଵା ପାଇଁ ଲାଇନରେ ଥିଲେ। ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ଵଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ । ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ଵୁଝିଥିଲେ । ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକ୍ୟୁସନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ। ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ହୋ ହାଲ୍କା କରିଥିଲେ । ଫଳରେ ସେଠାରେ ଉତ୍ତେଜନା ଲାଗିଥିଲା । ଏନେଇ ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଅନ୍ୟ ପକ୍ଷରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ଏକ ଭ୍ୟାକସିନ୍‌ ହୋଇଥିବାରୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କୁକୁର କାମୁଡ଼ିବା ପୂର୍ବରୁ ବି ଏହାକୁ ଦିଆଯାଇଥାଏ। ଭବିଷ୍ୟତରେ ଯେପରି ଏପରି ଭୁଲ ନ ହୁଏ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯିବ । ଏଥିସହ ସମ୍ପୃକ୍ତ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.