OLA ର Self-Driving ଇଲେକ୍ଟ୍ରିକ ସ୍କୁଟର, ଭବିଷ ଅଗ୍ରୱାଲ ସେୟାର କଲେ ଭବିଷ୍ୟତର ଏକ ଝଲକ

ଭବିଷ ଅଗ୍ରୱାଲ ବୁଧବାର ଦିନ ତାଙ୍କ X ହ୍ୟାଣ୍ଡେଲରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଓଲା ସୋଲୋ ବାସ୍ତବରେ ସେଲ୍ଫ ଡ୍ରାଇଭିଂ କରୁଥିବାର ନଜର ଆସିଛି । ଲୋକଙ୍କ ଏପ୍ରିଲ୍ ଫୁଲ୍ ସନ୍ଦେହକୁ ଦୂର କରି ଅଗ୍ରୱାଲ୍ ନିଶ୍ଚିତ କରିଛନ୍ତି ଯେ ଓଲା ସୋଲୋ ଅଟୋମେଟିକ ଇ-ସ୍କୁଟର ବାସ୍ତବରେ ଲଞ୍ଚ ହେବାକୁ ଯାଉଛି ।

Ola Electric ଏପ୍ରିଲ ୧ ଅର୍ଥାତ ସୋମବାର ଦିନ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେବେ ଭିଡିଓ ମାଧ୍ୟମରେ କମ୍ପାନୀ ଆଗାମୀ Ola Soloକୁ ପରିଚିତ କରାଇଛି, ଯାହା ଏକ ଅଟୋମେଟିକ ଇ-ସ୍କୁଟର ଏବଂ ଏହା ସେଲ୍ଫ ଡ୍ରାଇଭ କରିବାକୁ ସକ୍ଷମ ମଧ୍ୟ । ଅବଶ୍ୟ, ଏପ୍ରିଲ୍ ଫୁଲ୍ ଦିନ ଏହାର ଭିଡିଓ ଅନେକ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ​​କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀ ଏହାକୁ ବାସ୍ତବତା ବୋଲି ପ୍ରକାଶ କରିଛି । ବର୍ତ୍ତମାନ, ଓଲା ସିଇଓ ଏନେଇ ଏକ ନୂତନ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଖୁବ ଶୀଘ୍ର ଓଲା ସୋଲୋ ପ୍ରକୃତରେ ଲଞ୍ଚ ହେବାକୁ ଯାଉଛି ।

ଭବିଷ ଅଗ୍ରୱାଲ ବୁଧବାର ଦିନ ତାଙ୍କ X ହ୍ୟାଣ୍ଡେଲରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଓଲା ସୋଲୋ ବାସ୍ତବରେ ସେଲ୍ଫ ଡ୍ରାଇଭିଂ କରୁଥିବାର ନଜର ଆସିଛି । ଲୋକଙ୍କ ଏପ୍ରିଲ୍ ଫୁଲ୍ ସନ୍ଦେହକୁ ଦୂର କରି ଅଗ୍ରୱାଲ୍ ନିଶ୍ଚିତ କରିଛନ୍ତି ଯେ ଓଲା ସୋଲୋ ଅଟୋମେଟିକ ଇ-ସ୍କୁଟର ବାସ୍ତବରେ ଲଞ୍ଚ ହେବାକୁ ଯାଉଛି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, “କେବଳ ଏପ୍ରିଲ ଫୁଲ ମଜାକ ନୁହେଁ! ଗତକାଲି ଆମେ ଓଲା ସୋଲୋ ଲଞ୍ଚ ହେବା ଖବର ଘୋଷଣା କରିଥିଲୁ ।

କିନ୍ତୁ ପରେ ଏହା ଖୁବ ଭାଇରାଲ ହେଲା ଏବଂ ଅନେକ ଲୋକ ବିତର୍କ କଲେ ଯେ ଏହା ବାସ୍ତବ ନା ଏପ୍ରିଲ୍ ଫୁଲ୍ ର ପରିହାସ! ଭିଡିଓଟି ଲୋକଙ୍କୁ ହସାଇବା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଏହା ପଛରେ ଥିବା ଟେକ୍ନୋଲୋଜି ଏପରି ଯେ ଓଲା ସିଇଓ ଏହା ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି ଏବଂ ଏକ ପ୍ରୋଟୋଟାଇପ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହା ଦର୍ଶାଉଛି ଯେ ଓଲାର ଇଞ୍ଜିନିୟରିଂ ଟିମମାନେ କେଉଁ ପ୍ରକାରର ଅଗ୍ରଗାମୀ କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି ।

ଭିଡିଓରେ ନଜର ଆସିଛି ଓଲାର ଏହି ଇ-ସ୍କୁଟର ଏକ ବେସମେଣ୍ଟ ପାର୍କିଂ ସ୍ଥାନରେ ମନକୁ ମନ ବିନା ଡ୍ରାଇଭରରେ ଚାଲୁଛି । ଡିଜାଇନରୁ ଏହା Ola S1 pro ପରି ଦେଖାଯାଉଛି, ଯାହା କମ୍ପାନୀର ଏକ ଫ୍ଲାଗସିପ୍ ମଡେଲ୍ । ଏହି ଇ-ସ୍କୁଟର ଏକ ପାର୍କିଂ ସ୍ଥାନରେ କୌଣସି ଡ୍ରାଇଭର ଏବଂ ସାହାଯ୍ୟ ବିନା ଅଟୋମେଟିକ ଭାବରେ ଚାଲୁଥିବାର ନଜର ଆସିଛି । ବେଳେବେଳେ ଏହା ସଂଘର୍ଷ କରୁଥିବା ପରି ମନେହେଉଛି କିନ୍ତୁ ତା’ପରେ ସ୍କୁଟର ଭଲ ଭାବରେ ଚାଲୁଛି, ଯାହା ଏହାର ଭଲ ସନ୍ତୁଳନକୁ ଦର୍ଶାଇଛି ।

ଅଗ୍ରୱାଲ ତାଙ୍କ ଟ୍ୱିଟରେ ଦାବି କରିଛନ୍ତି ଯେ ଗ୍ରାହକମାନେ ଆଗାମୀ ଦିନରେ କମ୍ପାନୀର ପ୍ରଡ଼କ୍ଟରେ ଏହି ଟେକ୍ନୋଲୋଜି ଦେଖିବାକୁ ପାଇବେ । ସେ ଆହୁରି ଲେଖିଛନ୍ତି ଯେ ଏହି ଓଲା ସୋଲୋ ଭବିଷ୍ୟତର ଏକ ଝଲକ ଏବଂ ତାଙ୍କ ଇଞ୍ଜିନିୟରିଂ ଟିମ ଦୁଇ ଚକିଆ ଯାନରେ ଅଟୋନୋମସ ଏବଂ ସେଲ୍ଫ ଡ୍ରାଇଭିଂ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି, ଯାହାକୁ ଆପଣ ଓଲା ସ୍କୁଟରର ଭବିଷ୍ୟତରେ ଆସୁଥିବା ପ୍ରଡକ୍ଟରେ ଦେଖିପାରିବେ ।

ଓଲା ଦାବି କରିଛି ଯେ ଓଲା ସୋଲୋ ହେଉଛି ଏକ ଇଲେକ୍ଟ୍ରିକ୍ ସ୍କୁଟର, ଯାହା ଟ୍ରାଫିକ୍ ସ୍ମାର୍ଟ, AI-ସକ୍ଷମ ଏବଂ ସଂପୂର୍ଣ୍ଣ ଭାବରେ ଅଟୋନୋମସ ହେବ । କମ୍ପାନୀର କହିବାନୁସାରେ, ସୋଲୋ ଇଲେକ୍ଟ୍ରିକ୍ ସ୍କୁଟରର ସମସ୍ତ ଜିନିଷ ଅର୍ଥାତ ହାର୍ଡୱେର୍ ଠାରୁ ଆରମ୍ଭ କରି ସଫ୍ଟୱେର୍ ପର୍ଯ୍ୟନ୍ତ, ସବୁକିଛି ଏକ ଆଇଡିଆ ଯାହା ଉପରେ ଏବେ କାମ କରାଯାଉଛି ଏବଂ ଆଗାମୀ ଦିନରେ ଏହା ଲଞ୍ଚ ମଧ୍ୟ ହୋଇପାରେ ।

ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହି ପୋଷ୍ଟରେ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ଯଦି ଏହା ବାସ୍ତବରେ ପରିଣତ ହୁଏ, ତେବେ OLA ଭାରତୀୟ ବଜାରରେ ଖୁବ ପ୍ରସିଦ୍ଧ ହୋଇଯିବ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ଦ୍ୱାରା ଦୁର୍ଘଟଣା ବଢ଼ିଯାଇପାରେ । ତେବେ ଏହି OLA ସ୍କୁଟର କେବେ ଲଞ୍ଚ ହେବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।