ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଖୁସି ନାହାଁନ୍ତି ରୋହିତ ଶର୍ମା, ଚଳିତ IPL ଶେଷ ହେବା ପରେ ଛାଡ଼ି ପାରନ୍ତି ଦଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଖୁସି ନାହାଁନ୍ତି ରୋହିତ ଶର୍ମା । ଅନେକ ନିଷ୍ପତ୍ତିକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ମତାନ୍ତର ହେଉଛି । ଯାହା ଡ୍ରେସିଂ ରୁମରେ ଭଲ ପରିବେଶ ସୃଷ୍ଟି କରୁନାହିଁ ।

ମୁମ୍ବାଇ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଖୁସି ନାହାଁନ୍ତି ରୋହିତ ଶର୍ମା । ଅନେକ ନିଷ୍ପତ୍ତିକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ମତାନ୍ତର ହେଉଛି । ଯାହା ଡ୍ରେସିଂ ରୁମରେ ଭଲ ପରିବେଶ ସୃଷ୍ଟି କରୁନାହିଁ । କୁହାଯାଉଛି ଚଳିତ ଆଇପିଏଲ୍ ଶେଷ ହେବା ପରେ ମୁମ୍ବାଇ ଇଣ୍ଡିଆନସ ଛାଡ଼ି ପାରନ୍ତି ରୋହିତ ଶର୍ମା ।

୨୦୨୪ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସ କ୍ରମାଗତ ତିନିଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ବାରମ୍ବାର ହାରୁଥିବାରୁ ଟ୍ରୋଲ୍ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟାଙ୍କ ଅଧିନାୟକତ୍ବକୁ ନେଇ ଉଠିଛି ପ୍ରଶ୍ନ ।

ପଡ଼ିଆରେ ରୋହିତ ଶର୍ମାଙ୍କ ଫ୍ୟାନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମାଲୋଚନ କରିବାକୁ ପଛାଉ ନାହିଁନ୍ତି । ସୂଚନା ଥାଉ କି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇର୍ଡିଆନ୍ସ ପୂର୍ବରୁ ୫ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା । ଚଳିତ ଥର ତାଙ୍କ ବଦଳରେ ଆର୍ଦ୍ଦିକଙ୍କୁ ଅଧିନାୟକ କରାଯାଇଛି ।

ତେବେ ସୂଚନା ଥାଉକି, ହାର୍ଦ୍ଦିକ ରୋହିତ ଶର୍ମାଙ୍କୁ ନିଜ ଇସାରାରେ ଦୌଡାଉଥିବାର ଏକ ଭିଡିଓ ନକଟରେ ସାମ୍ନାକୁ ଆସିଥିଲା । ଯାହାକୁ ଦେଖିବା ପରେ, ଫ୍ୟାନ୍ସ କ୍ଷୋଭ ପ୍ରକାଶ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ ତାଙ୍କ ଇଚ୍ଛା ଅନୁସାରେ ଫିଲ୍ଡ ସେଟିଂ କରାଉଥିବାର ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ।

ଏହି ସମୟରେ ରୋହିତଙ୍କୁ ଯେଉଁଭଳି ଢଙ୍ଗରେ ହାର୍ଦ୍ଦିକ ଇସାରା କରିଥିଲେ, ତାହାକୁ ନେଇ ଫ୍ୟାନ୍ସ ତାଙ୍କ ଉପରେ ଖୁବ୍ ରାଗିଯାଇଥିଲେ । ଯାହାର ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବା ସହ ଏହାକୁ ନେଇ ହାର୍ଦ୍ଦିକଙ୍କୁ ଖୁବ ଟ୍ରୋଲ ହେବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.