ଦୀପିକା ପାଦୁକୋନଙ୍କ ଏହି ଗୀତ ରଚିଲା ଇତିହାସ, ଏକାଡେମୀ ଆଓ୍ଵାର୍ଡ ସେୟାର କରିଛି ଏହାର ଏକ ସ୍ୱତନ୍ତ୍ର ଭିଡିଓ

ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କ ପ୍ରେଗନେନ୍ସିକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ସମୟରେ ଏକାଡେମୀ ଆଓ୍ଵାର୍ଡ ଅଭିନେତ୍ରୀ ଦୀପିକାଙ୍କୁ ଏକ ସରପ୍ରାଇଜ୍‌ ଦେଇଛି । ତେବେ ରଣବୀର ସିଂ ଏବଂ ପ୍ରିୟଙ୍କା ଚୋପ୍ରା ଷ୍ଟାରର ଫିଲ୍ମ 'ବାଜିରାଓ ମସ୍ତାନୀ'ର ଦେୱାନୀ ମସ୍ତାନୀଙ୍କ ଗୀତର ମ୍ୟୁଜିକ୍ ଭିଡିଓ ସେୟାର କରି ଫିଲ୍ମ ବିଷୟରେ କିଛି ଡିଟେଲସ୍‌ ସେୟାର କରିଛନ୍ତି, ଯାହା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ଦୀପିକା ପାଦୁକୋନ ନିଜର ଦମ୍‌ଦାର ଅଭିନୟ ସହିତ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ତେବେ ୨୦୦୭ ମସିହାରେ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କ ପ୍ରେଗନେନ୍ସିକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ସମୟରେ ଏକାଡେମୀ ଆଓ୍ଵାର୍ଡ ଅଭିନେତ୍ରୀ ଦୀପିକାଙ୍କୁ ଏକ ସରପ୍ରାଇଜ୍‌ ଦେଇଛି । ତେବେ ରଣବୀର ସିଂ ଏବଂ ପ୍ରିୟଙ୍କା ଚୋପ୍ରା ଷ୍ଟାରର ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଦେୱାନୀ ମସ୍ତାନୀଙ୍କ ଗୀତର ମ୍ୟୁଜିକ୍ ଭିଡିଓ ସେୟାର କରି ଫିଲ୍ମ ବିଷୟରେ କିଛି ଡିଟେଲସ୍‌ ସେୟାର କରିଛନ୍ତି, ଯାହା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ theacademyରେ ସେୟାର କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ତେବେ ରଣବୀର ସିଂ, ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସୁପରହିଟ୍ ଫିଲ୍ମ ‘ବାଜିରାଓ ମସ୍ତାନୀ’ ୨୦୨୪କୁ ୯ ବର୍ଷ ପୂରଣ ହେବାକୁ ଯାଉଛି । ଏହି ସମୟରେ ଏକାଡେମୀର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଏହାର ପେଜ୍‌ରେ ଫିଲ୍ମର ସବୁଠାରୁ ଲୋକପ୍ରିୟ ଗୀତ ଦେୱାନୀ ମସ୍ତାନୀଙ୍କ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଦୀପିକା ପାଦୁକୋନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଏପରି ଭାବେ ଗୀତ ନଜର ଜୋ ତେରୀ ଲାଗି ମେ ଦେୱାନି ହୋ ଗେୟୀ, ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’ ୯ ବର୍ଷ ପୂରଣ କରିବା ପୂର୍ବରୁ ଏକ ନୂଆ ଇତିହାସ ସୃଷ୍ଟି କରିଛି ।

ଏକାଡେମୀ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫେମସ୍‌ ସଙ୍ଗ୍‌ ‘ଦେୱାନୀ ମସ୍ତାନୀ’ର ଭିଡିଓ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଏହି ସଙ୍ଗ୍‌ଟିକୁ ଶ୍ରେୟା ଘୋଷାଲ ଗାଇଛନ୍ତି । ଯାହା ‘ଦେୱାନୀ ମସ୍ତାନୀ’ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ‘ବାଜିରାଓ ମସ୍ତାନୀ’ର ଏକ ହିଟ୍ ଟ୍ରାକ୍, ଯେଉଁଥିରେ ରଣବୀର ସିଂ ଏବଂ ପ୍ରିୟଙ୍କା ଚୋପ୍ରା କୋ ଷ୍ଟାର ଥିଲେ । ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ରଣବୀର ସିଂ ମଧ୍ୟ ଏହି ଭିଡିଓରେ କମେଣ୍ଟ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦୀପିକା ପାଦୁକୋନଙ୍କ ସ୍ୱାମୀଙ୍କ ବ୍ୟତୀତ ତାଙ୍କ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଓସ୍କାରକୁ ଧନ୍ୟବାଦ ଦେଇଥିଲେ ।

ଗତ ବର୍ଷ ଦୀପିକା ପାଦୁକୋନ୍ ୯୫ ତମ ଏକାଡେମୀ ଆଓ୍ଵାର୍ଡରେ ‘RRR’ ରୁ ଓସ୍କାର ବିଜେତା ସଙ୍ଗ ‘ନାଟୁ ନାଟୁ’ ଡ୍ୟାନ୍ସ କରିଥିଲେ । ଦୀପିକା ପାଦୁକୋନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ନିକଟରେ ସେ ଫିଲ୍ମ ‘ଫାଇଟର୍’ରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଦୀପିକା ପାଦୁକୋନଙ୍କୁ ୭୭ ତମ ବାଫଟ ଆଓ୍ଵାର୍ଡରେ ଡେବିଡ ବେକହମ୍, ଦୁଆ ଲିପା ଏବଂ କ୍ୟାଟ୍ ବ୍ଲାନଚେଟ୍‌ଙ୍କ ସହ ଷ୍ଟେଜ୍‌ ସେୟାର କରିବାକୁ ଯାଉଛନ୍ତି ।

 

View this post on Instagram

 

A post shared by The Academy (@theacademy)

You might also like