କେଜ୍ରିଓ୍ଵାଲଙ୍କୁ ତିହାରରେ ମିଳିବ ବୈଦ୍ୟୁତିକ କେଟିଲ୍‌, ଟେବୁଲ ଓ ଚୌକି; ଜେଲ୍‌ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ନିକଟରେ ଗିରଫ କରିଥିଲା । ଇଡିର ରିମାଣ୍ଡ ଶେଷ ହେବା ପରେ କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏବେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ କିଛି ଜରୁରୀ ଜିନିଷ ଯୋଗାଇ ଦେବାକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିକିତ୍ସା ସ୍ଥିତିକୁ ନଜରରେ ରଖି ତାଙ୍କୁ ଏକ ବୈଦ୍ୟୁତିକ କେଟିଲ୍‌ ଏବଂ ବହି ପଢ଼ିବା ପାଇଁ ଟେବୁଲ ଓ ଚେୟାର ଯୋଗାଇବାକୁ ଦିଲ୍ଲୀର ଏକ କୋର୍ଟ ବୁଧବାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ ପାଣି ଗରମ କରିବା ଏବଂ ଚା’ ପିଇବା ପାଇଁ ତାଙ୍କୁ ଏକ ବୈଦ୍ୟୁତିକ କେଟିଲ୍‌ର ଆବଶ୍ୟକ ରହିଛି । ତେବେ କୋର୍ଟ ଜେଲର ନିୟମାବଳୀ ଅନୁଯାୟୀ କେଜ୍ରିୱାଲଙ୍କୁ ଚେୟାର ଓ ଟେବୁଲ ଯୋଗାଇବାକୁ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର ଆଜି ତିହାରରେ ହେଉଛି ତୃତୀୟ ଦିନ । ସୂତ୍ରରୁ ଜଣାପଡ଼ିଛି, ସିଏମ୍‌ କେଜ୍ରିୱାଲ ତିହାର ଜେଲରେ ଝାଡ଼ୁ ସଫେଇରୁ ନିଜର ଦିନ ଆରମ୍ଭ କରୁଛନ୍ତି । ପ୍ରକୃତରେ, ଜେଲରେ ଥିବା ସମସ୍ତ ଅଣ୍ଡର ଟ୍ରାଏଲ କଏଦୀଙ୍କୁ ନିଜ ସେଲ୍ ନିଜେ ହିଁ ସଫା କରିବାକୁ ପଡ଼ିଥାଏ । ଏଥିପାଇଁ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜ କୋଠରୀକୁ ସଫା କରି ଦିନ ଆରମ୍ଭ କରୁଛନ୍ତି । ଏମିତିରେ ସଂଯୋଗବଶତଃ, ଝାଡ଼ୁ ତାଙ୍କର ଦଳୀୟ ଚିହ୍ନ ।

ସେପଟେ କେଜ୍ରିୱାଲଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ତାଙ୍କୁ ସିଏମ୍‌ ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଜନହିତ ପିଟିସନ (PIL)କୁ ମଧ୍ୟ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥ ଅଧୀନ କରିବାକୁ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.