କଂଗ୍ରେସ ଛାଡ଼ିଲେ ବାପି ସର୍ଖେଲ, ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

କଂଗ୍ରେସ ଛାଡ଼ିଲେ ଅରିନ୍ଦମ ସର୍ଖେଲ । ସମସ୍ତ ପଦ ପଦୀବ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): କଂଗ୍ରେସ ଛାଡ଼ିଲେ ଅରିନ୍ଦମ ସର୍ଖେଲ ।  ସମସ୍ତ ପଦ ପଦୀବ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ ।  ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସର ପୂର୍ବତନ ବିଧାୟକ ବାପି ସର୍ଖେଲଙ୍କ ପତ୍ନୀ ମୋନୀଦୀପା ସର୍ଖେଲ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହେଇଥିଲେ । କୁହାଯାଉଥିଲା ସେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଇପାରନ୍ତି ।  ହେଲେ ବର୍ତ୍ତମାନ ସୁଦ୍ଧା ସେ ବିଜେଡିରେ ସାମିଲ ହେବା ନେଇ କୌଣସି ବି ସୂଚନା ଦେଇନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.