ମହାନଦୀରେ ଡଙ୍ଗା ଓଲଟି ଜଣେ ନିଖୋଜ, ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ଓଲଟି ପଡ଼ିଥିଲା

ମହାନଦୀରେ ଡଙ୍ଗା ଓଲଟି ଜଣେ ନିଖୋଜ। ସାଙ୍ଗମାନଙ୍କ ସହ ଡଙ୍ଗାରେ ବୁଲୁଥିବା ବେଳେ ମଝି ନଈରେ ଓଲଟି ପଡ଼ିଥିଲା ଡଙ୍ଗା। ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ ପଂଚାୟତର ସହଙ୍ଗା ଗୋପାଳପୁର ଗ୍ରାମରେ ଅଘଟଣ।

ବାଙ୍କୀ : ମହାନଦୀରେ ଡଙ୍ଗା ଓଲଟି ଜଣେ ନିଖୋଜ। ସାଙ୍ଗମାନଙ୍କ ସହ ଡଙ୍ଗାରେ ବୁଲୁଥିବା ବେଳେ ମଝି ନଈରେ ଓଲଟି ପଡ଼ିଥିଲା ଡଙ୍ଗା। ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ ପଂଚାୟତର ସହଙ୍ଗା ଗୋପାଳପୁର ଗ୍ରାମରେ ଅଘଟଣ। ଡଙ୍ଗାରେ ୫ ଜଣ ବୁଲୁଥିଲେ। ୪ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ।

ଜଣେ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକମାନେ ଖୋଜାଖୋଜି ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି। ନିଖୋଜ ଯୁବକଙ୍କ ଘର ଢେ଼ଙ୍କାନାଳ ସପ୍ତଶଯ୍ୟା ଅଞ୍ଚଳର ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ସେ ସାଙ୍ଗ ଘରକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.