କର୍ଣ୍ଣାଟକ: ବୋରୱେଲରେ ପଡ଼ି ଯାଇଥିବା ଦେଢ ବର୍ଷର ଶିଶୁ ଉଦ୍ଧାର, ଚାଲିଛି ଚିକିତ୍ସା

୨୧ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍ । ତେବେ ପିଲାଙ୍କର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗତକାଲି ପିଲାଟି ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ୧୬ ଫୁଟ ଗଭୀର ବୋରୱେଲରେ ପଡିଯାଇଥିଲା । ଘଟଣାଟି କର୍ଣ୍ଣାଟକର ଲାଚାୟନ ଗାଁରେ ଘଟିଛି ।

କର୍ଣ୍ଣାଟକର ଲାଚାୟନ ଗାଁରେ ବୋରୱେଲରେ ପଡ଼ି ଯାଇଥିବା ଦେଢ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ୨୧ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍ । ତେବେ ପିଲାଙ୍କର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜରୁରୀ ଚିକିତ୍ସା ପଇଁ ନିକଟରେ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି । ଗତକାଲି ପିଲାଟି ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ୧୬ ଫୁଟ ଗଭୀର ବୋରୱେଲରେ ପଡିଯାଇଥିଲା ।

ପୋଲିସ କହିବା ମୁତାବକ, ପିଲାଟି ଘରୁ ଆସି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିଲା । ତେବେ ପିଲାଟି କାନ୍ଧୁଥିବା ଶୁଣି ତୁରନ୍ତ ପରିବାରକୁ ସୂଚନା ଦିଆଯାଇଥିଲା । ପିଲାଟିକୁ ଗତକାଲି ସନ୍ଧ୍ୟାରେ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଥିଲା । ୨୧ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଅଧିକାରୀ, ଅଗ୍ନିଶମ ସେବା ବାହିନୀ, ମେଡିକାଲ ଟିମ ଉପସ୍ଥିତ ରହିଛନ୍ତି ।

ତେବେ ପୂର୍ବରୁ ଏମିତି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କେହି ସଚେତନ ହେଉନାହାନ୍ତି । ଦିଲ୍ଲୀର କେଶବପୁର ମଣ୍ଡି ନିକଟ ଜଳ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଖୋଳାଯାଇଥିବା ଏକ ବୋରୱେଲରେ ଶିଶୁଟି ଖସିପଡିଥିବା ସୂଚନା ମିଳିଥିଲା । ଏହି ବୋରୱେଲର ଗଭୀରତା ୪୦ରୁ ୫୦ ଫୁଟ ବୋଲି କୁହାଯାଉଥିଲା । କିନ୍ତୁ ବୋରୱେଲରେ ଶିଶୁ ନୁହେଁ ଜଣେ ଯୁବକ ଖସି ପଡ଼ିଥିଲା। ଯୁବକ ଜଣଙ୍କ ବୋରୱେଲରେ ଖସିପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା ।

ରାଜସ୍ଥାନ ଗାଙ୍ଗପୁରରେ ଶହେ ଫୁଟ ବୋରୱେଲ ଭିତରେ ପଡ଼ିଗଲେ ମହିଳା ।  ନିଜ ଘର ପଛ ପଟେ ଥିବା ଏହି ବୋରୱେଲରେ ମହିଳା ଜଣକ ଖସି ପଡ଼ିଥିଲେ । ଏନଡିଆରଏଫ୍ ଏବଂ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.