ସ୍କିନ୍ କେୟାର ପାଇଁ ପ୍ରତିଦିନ ବ୍ୟବହାର କରନ୍ତୁ ଏହି ସିରମ୍, ଖରା ଯୋଗୁ ହେଉଥିବା ଅନେକ ସମସ୍ୟା ହେବ ଦୂର
ଗ୍ରୀଷ୍ମ ଋତୁରେ ସ୍କିନ୍ର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଯାହାଫଳରେ ସ୍କିନ୍ରେ କୌଣସି ପ୍ରକାରର କ୍ଷତି ହେବ ନାହିଁ ଏବଂ ଏହାର ପ୍ରଭାବ କମ୍ ହୋଇଥାଏ ଏବଂ ସ୍କିନ୍ ଭଲ ରହିଥାଏ । ଏଥିପାଇଁ ପ୍ରତିଦିନ ସ୍କିନ୍ରେ ଫେସ୍ ସିରମ୍ ଲଗାନ୍ତୁ ।

ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଯୋଗୁ ସ୍କିନ୍ରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ସୂର୍ଯ୍ୟଙ୍କ ଅତି ବାଇଗଣୀ UV ରଶ୍ମି କ୍ଷତିକାରକ ନିଶ୍ଚିତ ଭାବରେ ଆପଣଙ୍କ ସ୍କିନ୍ ଉପରେ ପ୍ରଭାବ ପକାଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ସ୍କିନ୍ର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଯାହାଫଳରେ ସ୍କିନ୍ରେ କୌଣସି ପ୍ରକାରର କ୍ଷତି ହେବ ନାହିଁ ଏବଂ ଏହାର ପ୍ରଭାବ କମ୍ ହୋଇଥାଏ ଏବଂ ସ୍କିନ୍ ଭଲ ରହିଥାଏ । ଏଥିପାଇଁ ପ୍ରତିଦିନ ସ୍କିନ୍ରେ ଫେସ୍ ସିରମ୍ ଲଗାନ୍ତୁ । ସ୍କିନ୍କୁ ଭଲ ରଖିବାକୁ ଯଦି ଆପଣ ବଜାରରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ସହଜରେ ଘରେ ଫେସ ସିରମ ତିଆରି କରିପାରିବେ । ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଗ୍ରୀଷ୍ମ ଋତୁରେ କିପରି ଫେସ୍ ପାଇଁ ସିରମ୍ ପ୍ରସ୍ତୁତ କରିବେ । ଯାହା ଫଳରେ ଆପଣଙ୍କ ସ୍କିନ୍ ଗ୍ଲୋ କରିବ ଏବଂ ସତେଜ ରହିବ ।
ଗ୍ରୀଷ୍ମ ଋତୁ ପାଇଁ ଫେସ୍ ସିରମ୍ :
ଜାଣନ୍ତୁ ଆଲୋଭେରା ଜେଲ୍ ସହିତ ଫେସ୍ ସିରମ୍ କିପରି ତିଆରି କରିବେ : ଆପଣ ଆଲୋଭେରାରେ ବାଦାମ ତେଲ ମିଶାଇ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ସିରମ୍ ତିଆରି କରିପାରିବେ । ଏଥିପାଇଁ ଏକ ପାତ୍ରରେ ୨ ଚାମଚ ଆଲୋଭେରା ଜେଲ୍ ନିଅନ୍ତୁ ଏବଂ ୫ ବୁନ୍ଦା ବାଦାମ ତେଲ ନେଇ ଏହାକୁ ମିଶାନ୍ତୁ । ଏହା ସହ ସେଥିରେ ୩ ଚାମଚ ଗୋଲାପ ଜଳ ଏବଂ ୨ ବୁନ୍ଦା ଗ୍ଲିସୋରିନ୍ ମିଶାନ୍ତୁ । ତାପରେ ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଏକ ପାତ୍ରରେ ରଖନ୍ତୁ । ଏହା ପରେ ରାତିରେ ଶୋଇବା ପୂର୍ବରୁ ଆପଣ ଏହି ସିରମ୍କୁ ମୁହଁରେ ଲଗାନ୍ତୁ । ତେବେ ଏହି ସରିମ୍କୁ ଆପଣ ଗୋଟିଏ ଥର ପ୍ରସ୍ତୁତ କରି ୧୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।
କାକୁଡିରେ ଫେସ୍ ସିରମ୍ ପ୍ରସ୍ତୁତ କରନ୍ତୁ : ଗ୍ରୀଷ୍ମ ଋତୁରେ ଆପଣ ଆଲୋଭେରା ଜେଲ୍ ସହିତ କାକୁଡି ରସକୁ ମିଶାଇ ଫେସ୍ ସିରମ୍ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ୨ ଚାମଚ ଆଲୋଭେରା ଜେଲ୍ ନେବାକୁ ପଡିବ । ଏଥିପାଇଁ ଗୋଟିଏ କାକୁଡ଼ିର ରସ ବାହାର କରି ନିଅନ୍ତୁ । ତେବେ ଏହି ସିରମ୍ ତିଆରି କରିବା ପାଇଁ ୫ ବୁନ୍ଦା ଅଲିଭ୍ ଅଏଲ ନେଇ ସେଥିରେ ୫ ବୁନ୍ଦା ଲେଭେଣ୍ଡର ଅଏଲ ମିଶାନ୍ତୁ । ତେବେ ସବୁକିଛି ଜିନିଷକୁ ଭଲ ଭାବରେ ମିଶାନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ ଭଲ ଭାବରେ ମୁହଁରେ ଲଗାନ୍ତୁ । ଏହି ସିରମ୍ ବ୍ୟବହାର କରିବା ଦ୍ୱାରା ଆପରଙ୍କ ସ୍କିନ୍ର ଅନେକ ସମସ୍ୟାର ଦୂର ହେବା ସହ ସ୍କିନ୍ ହାଇଡ୍ରେଟ୍ ମଧ୍ୟ ରହିବ ।