Below header

କଣ୍ଟ୍ରୋଭର୍ସି ରିଂରେ ଡୋନାଲ୍ଡ ଟ୍ରମ୍ପ, ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ

କଣ୍ଟ୍ରୋଭର୍ସି ରିଂରେ ଡୋନାଲ୍ଡ ଟ୍ରମ୍ପ। ବିବାଦ ଆମେରିକା ରାଷ୍ଟ୍ରପତିଙ୍କ ପିଛା ଛାଡୁନି । ଏବେ ମୁଣ୍ଡ ଉପରେ ଡେମୋକ୍ଲିସ୍‌ ଖଣ୍ଡା । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଆସିଛି ମହାଭିଯୋଗ ପ୍ରସ୍ତାବ । ଆମେରିକା କଂଗ୍ରେସର ହାଉସ ଜୁଡିସିଆରୀ କମିଟିରେ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଦୁଇ ଦିନ ଧରି ଚାଲିଥିଲା ବିତର୍କ। ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩ ଓ ବିପକ୍ଷରେ ଭୋଟ୍‌ ଦେଇଥିଲେ ୧୭ ଜଣ। ଏବେ ମହାଭିଯୋଗ ପ୍ରସ୍ତାବକୁ ଭୋଟ ପାଇଁ ଆମେରିକା କଂଗ୍ରେସର ଦୁଇ ସଦନ ହାଉସ ଅଫ ରିପ୍ରେଜେଣ୍ଟେଟିଭ ଓ ସିନେଟକୁ ପଠାଯାଇଛି । ଆସନ୍ତା ସପ୍ତାହରେ ଏହା ଉପରେ ଭୋଟ ହେବ । ହାଉସ ଅଫ ରିପ୍ରେଣ୍ଟେଟିଭରେ ବିରୋଧୀ ଡେମୋକ୍ରାଟ୍‌ ସଂଖ୍ୟା ଅଧିକ ଥିବାରୁ ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ଅଧିକ । ତେବେ ସିନେଟରେ ଶାସକ ରିପ୍ଲବିକାନ୍‌ ପାର୍ଟି ସଂଖ୍ୟା ଗରିଷ୍ଠତା ଥିବାରୁ ପ୍ରସ୍ତାବକୁ ଅନୁମୋଦନ ମିଳିନପାରେ ।

କ’ଣ ପାଇଁ ଆସିଛି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ । ତାଙ୍କ ବିରୋଧରେ ଦୁଇଟି ସଙ୍ଗିନ ଅଭିଯୋଗ ରହିଛି। କ୍ଷମତାର ଅପବ୍ୟବହାର କରି ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ବିରୋଧରେ ତଦନ୍ତ ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଥିଲେ । ସେହିପରି ସଂସଦୀୟ ତଦନ୍ତ କାର୍ଯ୍ୟକୁ ବାଧା ସୃଷ୍ଟି ପାଇଁ ଟ୍ରମ୍ପ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆମେରିକାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋ ବିଡେନ ପ୍ରାର୍ଥୀ ଅଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ମହାଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ଆମେରିକାରେ କୌଣସି ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବାରେ ଏହା ଚତୁର୍ଥ ଘଟଣା । ପ୍ରଥମେ ୧୮୮୪ରେ ତତ୍କାଳୀନ ରାଷ୍ଟ୍ରପତି ଆଣ୍ଡ୍ର୍ୟୁ ଜନସନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଏହାପରେ ୧୯୭୪ ମସିହାରେ ୱାଟରଗେଟ ସ୍କାଣ୍ଡାଲରେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବା ପୂର୍ବରୁ ଇସ୍ତଫା ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକସନ। ସେହିପରି ୧୯୯୮ରେ ବିଲ୍‌ କ୍ଲିଣ୍ଟନକୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.