ରୋଗୀଙ୍କ ଉପରେ ପଡିବ ଔଷଧର ମହଙ୍ଗା ମାଡ, ୫୦ ପ୍ରତିଶତ ବଢିବାକୁ ଯାଉଛି ୨୧ ଟି ମେଡିସିନର ଦାମ୍

କେନ୍ୟୁଜ୍(ବ୍ୟୁରୋ) : ପୁଣି ରୋଗୀଙ୍କୁ ବହନ କରିବାକୁ ପଡିବ ୨୧ ମେଡିସିନିର ୫୦ ପ୍ରତିଶତ ବର୍ଦ୍ଧିତ ଦରର ବୋଝ। କେନ୍ଦ୍ର ସରକାର ୨୧ଟି ଗୁରୁତ୍ବପୂର୍ଣ୍ଣ ଔଷଧର ବିକ୍ରି ଦରର ୫୦ ପ୍ରତିଶତ ବୃଦ୍ଧି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା NPPA ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି। NPPA ହେଉଛି କେନ୍ଦ୍ର  ସରକାରଙ୍କ ଅଧିନରେ ଥିବା ଔଷଧ ମୂଲ୍ୟ ନିୟନ୍ତ୍ରଣ କାରି ସଂସ୍ଥା। ସୂଚନା ମୁତାବକ ରୋଗୀମାନେ  ସାଧରାଣତଃ ବହୁଳ ଭାବେ ବ୍ୟବହାର କରୁଥିବା ଆଣ୍ଟିବାୟୋଟିକ୍ସ, ଆଣ୍ଟିଆଲର୍ଜିକ ଔଷଧ. ମ୍ୟାଲେରିଆ ପ୍ରତିଷେଧକ ଔଷଧ ,BCG ଟୀକା ଏବଂ ଭିଟାମିନ୍ C  ଆଦି ଔଷଧର ଦାମ ମହଙ୍ଗା ହେବ ବୋଲି ଜଣା ପଡିଛି।ଦୁଇବର୍ଷ ହେବ ହେବ ଔଷଧ ଶିଳ୍ପ ମେଡିସିନ ଗୁଡିକର ଦରବ୍‌ଦ୍ଧି ପାଇଁ  NPPA  ନିକଟରେ ଦାବି କରିଆସୁଥିଲା। ଯାହାକୁ ଦ୍‌ଷ୍ଟିରେ ରଖି  କେନ୍ଦ୍ର ସରକାର ଏହି ପଦକ୍ଷେକ ନେଇଥିବାର ଜଣା ପଡିଛି। ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ର ଅନୁଚ୍ଛେଦ ୧୯ ଆଧାରରେ ଏହି ଦର ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି NPPA। ଏହି ଆଧାରରେ ଔଷଧ ଗୁଡିକର ଦାମ୍‌ ବର୍ତ୍ତମାନର ଦାମ୍‌ ଅପକ୍ଷା ୫୦ ପ୍ରତିଶତ ବଢିଯିବ ବୋଲି ସୂଚନା ମିଳିଛି।

Image result for medicine price hike

ଫାର୍ମା କମ୍ପନୀମାନଙ୍କ କହିବା ଅନୁସାରେ ଔଷଧର ତିଆରିର କଞ୍ଚାମାଲ ଖୁବ୍ ମହଙ୍ଗା ହୋଇଯାଇଛି।ଯାହା ଫଳରେ କମ୍ପାନୀ  ମାନେ କଞ୍ଚାମାଳକୁ ଅଧିକ ଦାମରେ କିଣି କମ ଦରରେ ବିକ୍ରି  କରୁଥିବାରୁ ବହୁ କ୍ଷତି ସହୁଛି ଫାର୍ମା କମ୍ପାନୀ।   ଏଥିପାଇଁ ପୁଣିଥରେ ଏହାର ମୂଲ୍ୟ ବଢାଇବା ଦରକାର ବୋଲି ପୂର୍ବର ମତ ଦେଉଥିଲେ କିଛି  କମ୍ପାନୀ।  ଔଷଧ ତିଆରି କରାଯାଉଥିବା କଞ୍ଚାମାଲ ଚୀନରୁ ମଗାଯାଉଛି ଓ ଟ୍ରେଡ ଓ୍ବାର କାରଣରୁ ମୂଲ୍ୟରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

Image result for medicine price hike

NPPA  କହିଛି ଯେ  ଏହି ସବୁ ଗୁରୁତ୍ବପୂର୍ଣ୍ଣ ଔଷଧ ଅଧିକା ମାତ୍ରରେ ରୋଗୀମାନେ ବ୍ୟବହାର କରିଥାନ୍ତି ।   ଏହି  ଔଷଧ ମଧ୍ୟ ପବ୍ଲିକ ହେଲଥ ପୋଗ୍ରାମ ପାଇଁ ଜରୁରୀ ହୋଇଥାଏ । ଏହାଦ୍ବାରା ସାଧାରଣଲୋକଙ୍କ ଔଷଧ ଖର୍ଚ୍ଚ ମଧ୍ୟ ବଢିବର ସମ୍ଭାବନା ରହିଛି । ଔଷଧର ମୂଲ୍ୟ ନିର୍ଦ୍ଧାରଣ ମାର୍କେଟର ଦରବ୍‌ଦ୍ଧି ଆଧାରରେ କରାଯାଇଥାଏ। କଷ୍ଟିଙ୍ଗର ଆଧାରରେ ଏହାର ମୂଲ୍ୟ ଧାର୍ଯ୍ୟ କରାଯାଇନଥାଏ। କିନ୍ତୁ ସରକାର ଜରୁରୀ ଔଷଧ ପାଇଁ ସ୍ବତନ୍ତ୍ର ନିୟମ ତିଆରି କରିଥିଲେ। ଏହା ସବୁ ସ୍ଥାନରେ ମିଳୁଥିବା କାରଣରୁ ଖୁବ୍ ଶସ୍ତା ରହିଥାଏ। କିନ୍ତୁ ଏବେ ଔଷଧ ମୂଲ୍ୟ ବୃଦ୍ଧି ହେବାଦ୍ବାରା ସାଧାରଣ ଲୋକଙ୍କ ଉପରେ ଆଉ ଏକ ବୋଝ ଲଦି ହେବାକୁ ଯାଉଛି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.