Below header

ଆଲ୍‌ହାବାଦ୍‌ ହାଇକୋର୍ଟଙ୍କ ଐତିହାସିକ ରାୟ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ବୈଧ ନୁହେଁ

ପ୍ରୟାଗରାଜ : ଧର୍ମ ପରିବର୍ତ୍ତନକୁ ନେଇ ଆଲ୍‌ହାବାଦ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଯାହାଦ୍ୱାରା କୋର୍ଟ ବିପରୀତ ଧର୍ମ ସମ୍ପର୍କିତ ଏକ ପିଟିସନ୍‌କୁ ଖାରଜ କରିଦେଇଛନ୍ତି । କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ କରିବା ବୈଧ ନୁହେଁ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ୍‌ ଏମ୍‌ ସି ତ୍ରପାଠୀଙ୍କ ଖଣ୍ଡ ପୀଠ ଏହି ରାୟ ଶୁଣାଇଛନ୍ତି ।

ଆବେଦନକାରୀ ତାଙ୍କ ବୈବାହିକ ଜୀବନରେ ପରିବାର ଲୋକ ହସ୍ତକ୍ଷେପ ନକରିବା ସହ ଶାନ୍ତିପୂର୍ଣ୍ଣ ଜୀବନ ଯାପନ ଦାବି କରି କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ । ହେଲେ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।

allhabad hc.JPG-1

ସୂଚନା ଅନୁଯାୟୀ, ପ୍ରିୟାଂଶୀ ଓରଫ୍‌ ସମରୀନ୍‌ ଓ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ୍‌ର ଶୁଣାଣି କରି କୋର୍ଟ କହିଲେ ଯେ ଜଣେ ମୁସଲମାନ୍‌ ଓ ଅନ୍ୟ ଜଣେ ହିନ୍ଦୁ । ଏମିତିରେ ଝିଅ ୨୯ ଜୁନ୍‌ ୨୦୨୦ରେ ହିନ୍ଦୁ ଧର୍ମ ସ୍ୱୀକାର କରିଥିବା ବେଳେ ମାସକ ପରେ ଜୁଲାଇ ୩୧ରେ ବିବାହ କରିଥିବା ରେକର୍ଡରୁ ଜଣାପଡ଼ୁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେବଳ ବିବାହ ପାଇଁ ପିଟିସନର ଧର୍ମ ପରିବର୍ତ୍ତନ କରିଛନ୍ତି । ତେଣୁ କେବଳ ବିବାହକୁ ଦୃଷ୍ଟିରେ ରଖି ଧର୍ମ ପରିବର୍ତ୍ତନ ବୈଧ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି ।

ଏଥି ସହିତ କୋର୍ଟ ଏହି ମାମଲାକୁ ନୁର୍‌ ଜହାଁ ବେଗମ୍‌ ମାମଲାର ଉଦାହରଣ ନେଇ ନିଷ୍ପତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ସ୍ୱୀକାର୍ଯ୍ୟ ନୁହେଁ । ପ୍ରକାଶଯୋଗ୍ୟ ଯେ ନୁର୍‌ ଜହାଁ ବେଗମ୍‌ ମାମଲାରେ ହିନ୍ଦୁ ଝିଅ ଧର୍ମ ବଦଳାଇ ମୁସଲ୍‌ମାନ୍‌ ପୁଅକୁ ବିବାହ କରିଥିଲେ । ଯେଉଁଥିରେ କୋର୍ଟ କୋରାନ୍‌ର ଉଦାହରଣ ଦେଇ କହିଥିଲେ ଯେ ଇସଲାମ୍‌ ବିଷୟରେ ନଜାଣି ଓ ବିନା ବିଶ୍ୱାସରେ ଧର୍ମ ପରିବର୍ତ୍ତନ କରିବା ସ୍ୱୀକାର୍ଯ୍ୟ ନୁହେଁ । ଏମିତି କରିବା ଇସ୍‌ଲାମ୍‌ର ମଧ୍ୟ ଖିଲାପ ବୋଲି କୋର୍ଟ କହିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.