ପ୍ରଧାନମନ୍ତ୍ରୀ ନହେଉଣୁ ଭାରତକୁ ଟାରଗେଟ୍ କଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତ ଗୋଟିଏ ପାଦ ଆଗକୁ ବଢିଲେ, ପାକିସ୍ତାନ ଦି ପାଦ ଆଗକୁ ବଢିବ। ଭାରତ-ପାକ୍ ସମ୍ପର୍କ ନେଇ ଏଭଳି ମତ ରଖିଛନ୍ତି ପାକିସ୍ତାନ ତେହରିକ୍-ଏ-ଇନ୍ସାଫର ମୁଖ୍ୟ ଇମ୍ରାନ ଖାନ୍। ନିର୍ବାଚନରେ ଇମ୍ରାନଙ୍କ ଦଳ ‘ପାକିସ୍ତାନ ତେହରିକ୍ ଏ ଇନ୍ସାଫ’- PTI ସବୁଠୁ ବଡ଼ଦଳ ଭାବେ ଉଭା ହୋଇଛି। ୨୭୨ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ବହୁମତ ପାଇଁ ୧୩୭ ଆସନ ଆବଶ୍ୟକ। ପିଟିଆଇକୁ ମିଳିଛି ୧୧୯ଟି ଆସନ।

ନୱାଜ ସରିଫଙ୍କ ପାର୍ଟି ପିଏମଏଲକୁ ମିଳିଛି ୬୩ଟି ଆସନ। ନିର୍ବାଚନରେ, ତୃତୀୟ ସ୍ଥାନରେ ରହିଛି ବିଲାୱାଲା ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି। ବର୍ତ୍ତମାନ ପାକିସ୍ତାନରେ ଝୁଲା ସରକାର ହେବା ସ୍ପଷ୍ଟ ହୋଇଛି। ତେବେ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.