Below header

ହାଇପରସୋନିକ୍‌ ବାଟରେ ଭାରତ, ଆଗାମୀ କିଛି ବର୍ଷରେ ମିଳିବ ମିସାଇଲ

କେନ୍ୟୁଜ୍(ବ୍ୟୁରୋ): ନିଜସ୍ୱ ହାଇପରସୋନିକ ମିସାଇଲ ପାଇବ ଭାରତ। ଆଗାମୀ କିଛି ବର୍ଷ ମଧ୍ୟରେ ହାଇପରସୋନିକ ମିସାଇଲ ମିଳିବ ବୋଲି କହିଛନ୍ତି ବ୍ରହ୍ମୋସ ଏରୋସ୍ପେସ ସିଇଓ ଅତୁଲ ରାଣେ। ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ବ୍ରହ୍ମୋସ ଏରୋସ୍ପେସ ସିଲଭର ଜୁବଲୀ ଇୟର ସେଲିବ୍ରେସନ ଆରମ୍ଭ କରିଛି। ଏହାର ଉଦ୍‌ଘାଟନ କରି ଅତୁଲ ରାଣେ କହିଛନ୍ତି ଭାରତ ଓ ରୁଷିଆ ମିଳିତ ସାମରିକ ସହଯୋଗ ବ୍ରହ୍ମୋସ ଏରୋସ୍ପେସ ହାଇପରସୋନିକ ମିସାଇଲ ନିର୍ମାଣ କରିବାକୁ ସକ୍ଷମ ରହିଛି।

ହାଇପର ସୋନିକ ମିସାଇଲ ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ଦ୍ରୁତବେଗରେ ଗତି କରୁଥିବା ମିସାଇଲ। ହାଇପରସୋନିକ ମିସାଇଲରେ ସ୍କ୍ରେମ୍‌ଜେଟ ଇଞ୍ଜିନ ଖଞ୍ଜାଯାଇଥାଏ ଯାହା ତୀବ୍ର ଗତି ଓ ନିକ୍ଷେପର କ୍ଷମତା ପ୍ରଦାନ କରିଥାଏ। ଘଣ୍ଟାପ୍ରତି ୯ହଜାର ୮ଶହ କିଲୋମିଟର ବେଗରେ ଏହା ଶତ୍ରୁପକ୍ଷକୁ ଭେଦ କରିଥାଏ। ପୂର୍ବରୁ ବିଶ୍ୱର ଶ୍ରେଷ୍ଠ, ଦ୍ରୁତଗାମୀ, ସବୁଠାରୁ ଶକ୍ତିଶାଳୀ ଆଧୁନିକ ଏବଂ ସଠିକ ସ୍ଥାନକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ ନିର୍ମାଣ କରି ବ୍ରହ୍ମୋସ ନିଜର ଦକ୍ଷତା ପ୍ରଦର୍ଶନ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.