ରଜ ସ୍ପେଶାଲରେ ବନାନ୍ତୁ ବ୍ରେଡ ଗୋଲାବ ଜାମୁନ୍, ସମସ୍ତଙ୍କର କରନ୍ତୁ ମୁହଁ ମିଠା
ରଜରେ କିଛି ସ୍ପେଶାଲ ବନାନ୍ତୁ। ନିଜ ପରିବାରକୁ ଖୁଆଇ ମୁହଁ ମିଠା କରନ୍ତୁ। ଆଉ ରଜର ଭରପୂର ମଜା ନିଅନ୍ତୁ। ବ୍ରେଡରେ ଗୋଲାପ ଜାମୁନ୍ ବନାନ୍ତୁ ପୁଣି ଅତି ସହଜରେ। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ବ୍ରେଡ୍ ସ୍ଲାଇସ୍ – ୧୦ଟି
- ୨ ଚାମଚ୍ ମଲାଇ
- ଅଧା ଛୋଟ କପ୍ କ୍ଷୀର
- ଏକ କପ୍ ଘିଅ
- ୧ ଚାମଚ ମଇଦା
- ଏକ କପ୍ ଚିନି
- ୧ ଚାମଚ ଅଳେଇଚ କିମ୍ବା ଅଳେଇଚ ପାଉଡର
ପ୍ରସ୍ତୁତି ପ୍ରଣାଳୀ
ବ୍ରେଡ୍ ଗୁଲାବ ଜାମୁନ୍ ବନାଇବା ପାଇଁ ସର୍ବପ୍ରଥମେ ବ୍ରେଡ ସ୍ଲାଇସରୁ ବ୍ରେଡ୍ କ୍ରମ୍ବସ୍ ବନାନ୍ତୁ। ସୁଖିଲା ପେଶି ହୋଇଥିବା ବ୍ରେଡରେ ମଲାଇ ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ। ଆପଣ ଏଥିରେ ଫ୍ରେସ୍ କ୍ରୀମ ମଧ୍ୟ ପକାଇ ପାରିବେ। କ୍ଷୀରରେ ବ୍ରେଡ ମଲାଇର ମିକ୍ସର ଏବଂ ମଇଦାର ଅଟା ଚକଟି ଦିଅନ୍ତୁ। ଏଥିରେ ଗୋଲାବ ଜାମୁନର ଆକାର ଦେଇ ଛୋଟ ଛୋଟ ବଲ୍ସ ବନାଇ ଦିଅନ୍ତୁ। ଏବେ କଡାରେ ଘିଅ ପକାଇ ଗରମ କରନ୍ତୁ। ଏହାପରେ ଗୋଲାବ ଜାମୁନ ବଲ୍ସକୁ ଗୋଳଡେନ୍ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
ଏବେ ସିରା ବନାଇବା ପାଇଁ ଏକ ପ୍ୟାନରେ ଏକ କପ୍ ପାଣି ପକାନ୍ତୁ ଏବଂ ଗରମ କରନ୍ତୁ। ଚିନି ପକାନ୍ତୁ ଏବଂ ଆଞ୍ଚରେ ବସାନ୍ତୁ। ଏହାକୁ ଚଲାଇ ଅଳ୍ପ ଗାଢ଼ା କରନ୍ତୁ। ଏଥିରେ ଅଳେଇଚ ପକାନ୍ତୁ। ସିରା ଯେତେବେଳେ ଫୁଟି ଆସିବ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ଏବଂ ଗୋଲାବ ଜାମୁନକୁ ସିରା ପକାଇ ଦିଅନ୍ତୁ। ଆପଣ ସିରାରେ କେସର ଏବଂ ଗୋଳାପ ଜଳ ବି ପକାଇ ପାରିବେ।