ଡାଇବେଟିସ୍ ରୋଗୀ କାହିଁକି ଖାଇବା ଦରକାର ଟମାଟୋ? ଜାଣନ୍ତୁ ଏହା କିପରି କାମ କରିଥାଏ
ଖରାପ ଲାଇଫ୍ଷ୍ଟାଇଲ ଯୋଗୁ ଭାରତରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାଇବେଟିସ୍ ବା ମଧୁମେହ ରୋଗ ହେଲେ ଶରୀରରେ ଶର୍କରାର ପରିମାଣ ବଢ଼ିଯାଏ। ଯଦି ବାରମ୍ବାର ଶରୀରରେ ଇନ୍ସୁଲିନର ମାତ୍ରା କମ୍ ବେଶି ହେଉଛି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଡାଇବେଟିସ୍ ରୋଗୀଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ।
ଡାଇବେଟିସ୍ ରୋଗୀ ପ୍ରତ୍ୟେକ ଖାଦ୍ୟ ଭାବିଚିନ୍ତି ଖାଇବା ଉଚିତ। କାହିଁକି ନା, ଖାଦ୍ୟପେୟରେ ଅସାବଧାନତା ଅବଲମ୍ବନ ନ କଲେ ଶରୀରାର ବ୍ଲଡ୍ ସୁଗାର ବଢ଼ି ଯାଇପାରେ। ଏମିତିରେ ଡାଇବେଟିସ୍ ରୋଗୀଙ୍କ ସାମ୍ନାରେ ସବୁବେଳେ ଗୋଟିଏ ପ୍ରଶ୍ନ ଥାଏ ଯେ, କ’ଣ ଖାଇବେ, କ’ଣ ଖାଇବେ ନାହିଁ।
ଟମାଟୋ ଏମିତି ଏକ ପରିବା, ଯାହାକୁ ନେଇ ସୁଗାର ରୋଗୀ ସବୁବେଳେ ଦ୍ୱନ୍ଦ୍ୱରେ ରହି ଥାଆନ୍ତି। ସେମାନଙ୍କୁ ଲାଗିଥାଏ କି, ଟମାଟୋ ଖାଇଲେ ବ୍ଲଡ୍ ସୁଗାର ବଢ଼ିଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ, ଡାଇବେଟିସ୍ ରୋଗୀ ଟମାଟୋ କିପରି ସେବନ କରିବା ଉଚିତ।
ଡାଇବେଟିସ୍ ରୋଗୀ ଟମାଟୋ ଖାଇବା ଉଚିତ କି ନୁହେଁ
ଟମାଟୋରେ ବିଟା-କ୍ୟାରୋଟିନ୍, ପୋଟୋସିୟମ୍, ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ଭିଟାମିନ୍ସ ରହିଛି, ଯାହା ଡାଇବେଟିସ୍କୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ପ୍ରତିଦିନ ୨୦୦ ଗ୍ରାମ କଞ୍ଚା ଟମାଟୋ ସେବନ ଦ୍ୱାରା ମଧ୍ୟ ଆପଣଙ୍କ ହାଇ ବ୍ଲଡ୍ ପ୍ରେସର କଣ୍ଟ୍ରୋଲରେ ରହିଥାଏ।
ଭିଟାମିନ୍ ସିରେ ଭରପୂର: ଟମାଟୋରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି, ଯାହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଏହା ଇମ୍ୟୁନ୍ ସିଷ୍ଟମ୍କୁ ମଜଭୁତ କରିଥାଏ। ଏଥି ସହିତ ଡାଇବେଟିସ୍ ରୋଗୀଙ୍କୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଏଣୁ ଡାଇବେଟିସ୍ ରୋଗୀ ପ୍ରତିଦିନ ଟମାଟୋ ସେବନ କରିବା ଉଚିତ।
ପୋଟାସିୟମ୍ରେ ଭରପୂର: ଟମାଟୋରେ ପୋଟାସିୟମ୍ ରହିଛି, ଯାହା ବ୍ଲଡ୍ ସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏମିତିରେ ଯଦି ଆପଣ ପ୍ରତିଦିନ ଟମାଟୋ ସେବନ କରିବେ, ତ ଆପଣଙ୍କ ହୃଦୟ ମଧ୍ୟ ସୁସ୍ଥ ରହିବ।
ଓଜନ ସନ୍ତୁଳନ ରଖିବାରେ ସାହାଯ୍ୟ କରେ: ଟମାଟୋରେ କମ୍ କ୍ୟାଲୋରୀ ମଧ୍ୟ ରହିଛି, ଯାହା ଓଜନକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍ ରୋଗୀମାନଙ୍କୁ ସବୁବେଳେ ନିଜ ଓଜନକୁ ନେଇ ସମସ୍ୟା ରହିଥାଏ। ଏମିତି ସ୍ଥିତିରେ ଆପଣ ନିଜ ଡାଏଟ୍ରେ ଟମାଟୋ ସାମିଲ କରି ପାରିବେ। ଏମିତି କରିବା ଦ୍ୱାରା ଓଜନ କଣ୍ଟ୍ରୋଲରେ ରହି ପାରିବ ଏବଂ ଆପଣ ସୁସ୍ଥ ରହି ପାରିବେ।