ଏ ବର୍ଷ ହେବ ବାଲିଯାତ୍ରା, ମିଳିଲା ଗ୍ରୀନ ସିଗନାଲ୍

କଟକ(କେନ୍ୟୁଜ୍): କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି।ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ବନ୍ଦ ଥିଲା ବାଲିଯାତ୍ରା । ଏବେ ଠାରୁ ଆମକୁ ଏହା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ଏ ନେଇ ତାହାର ପ୍ରସ୍ତୁତି ଆରମ୍ବ କରିବାକୁ ପଡିବ ।

ଦୁଇ ବର୍ଷ ହେବ covid19 ପାଇଁ ବହୁତ ବ୍ୟବସାୟ ମାନେ ତାଙ୍କର ଜୀବିକା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଏ ବର୍ଷ ବାଲିଯାତ୍ରା ରେ ହେବ ଓ ସମସ୍ତେ ଏହାର ଲାଭ ନେଇ ପାରିବେ । କରୋନା ର ସ୍ଥିତି ସୁଧୁରିବା ପରେ ବାଲିଯାତ୍ରା କରାଯିବାର ସୂଚନା ଦେଲା କଟକ ଜିଲ୍ଲାପାଳ । ବାରବାଟୀ ଷ୍ଟାଡିୟମ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଲେ ଜିଲ୍ଲାପାଳ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ।7 ରୁ 8 ଦିନ ଧରି ଚାଲିଥାଏ କଟକ ବାଲିଯାତ୍ରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.