ରାଜକୁମାର ଯେବେ ସଲମାନଙ୍କୁ କହିଥିଲେ- ‘‘ବେଟା ଅପନେ ଅବ୍ଦା ସେ ପୁଛକର ଆଓ କି ହମ କୌନ ହେ’’
ସଲମାନ ଖାନ ବଲିଉଡର ଜଣେ କ୍ଷାତନାମା ଅଭିନେତା ଭାବେ ଜଣାଶୁଣା । ସେ ଫିଲ୍ମ ବ୍ୟତୀତ ସାଧାରଣରେ ମଧ୍ୟ ନିଜର ଦବଙ୍ଗ ଗିରି ପାଇଁ ବେଶ ଚର୍ଚ୍ଚିତ । ବଲିଉଡରେ ସଲମାନଙ୍କର ବହୁତ ଦବଦବା ଦେଖିବାକୁ ମିଳିଥାଏ । ଯେଉଁଥିପାଇଁ ସେ କେବେ ବି କାହା ସହ ଚ୍ୟାଲେଞ୍ଜ କରିବାକୁ ପଛାନ୍ତି ନାହିଁ । ହେଲେ ଥରେ ବରିଷ୍ଠ ଅଭିନେତା ରାଜକୁମାର ସଲମାନଙ୍କ ମୁହଁ ବନ୍ଦ କରିଦେଇଥିଲେ ।
ସଲମାନ ଖାନ ୧୯୮୮ରେ ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ଐସେ’ ରେ ସପୋଟିଂ ଅଭିନେତା ଭାବେ ଦେଖା ଦେଇଥିଲେ । ଏହାପରେ ୧୯୮୯ ରେ ତାଙ୍କର ଫିଲ୍ମ ‘ମୈନେ ପ୍ୟାର କିଆ’ ହିଟ ହୋଇଥିଲା । ଏହି ଠାରୁ ସେ ବହୁତ ଲୋକପ୍ରିୟ ହୋଇଥିଲେ । ହେଲେ ଏହି ଫିଲ୍ମ ପରର ଏକ ଘଟଣା ପାଇଁ ଜଣାଶୁଣା ଅଭିନେତା ରାଜକୁମାରଙ୍କ ଠାରୁ ତାଙ୍କୁ ଏମିତି କିଛି ଶୁଣିବାକୁ ପଡ଼ିଥିଲା ।
ଘଟଣାଟି ଥିଲା ଏପରି, ଫିଲ୍ମ ‘ମୈନେ ପ୍ୟାର କିଆ’ର ଜବରଦସ୍ତ ସଫଳତା ପରେ ସୁରଜ ବଡଜାତ୍ୟା ଏକ ପାର୍ଟି ରଖିଥିଲେ । ଯେଉଁଠାକୁ ରାଜକୁମାର ବି ଆସିଥିଲେ । ରାଜକୁମାର ଫିଲ୍ମର ସବୁ କଳାକାରଙ୍କୁ ଦେଖିବାକୁ ଚାହିଁଥିଲେ । ଫଳରେ ସୁରଜ ରାଜକୁମାରଙ୍କୁ ସଲମାନଙ୍କ ସହ ମିଶାଇବାକୁ ନେଇଗଲେ । ହେଲେ ସଲମାନ ରାଜକୁମାରଙ୍କୁ ଏପରି ପ୍ରଶ୍ନ ପଚାରି ଦେଲେ,ଯାହାକୁ ନେଇ ରାଜକୁମାର ବହୁତ ରାଗି ଯାଇଥିଲେ ।
ବେଟା ଅପନେ ଅବ୍ଦା ସେ ପୁଛକର ଆଓ କି ହମ କୌନ ହେ
ଏହା ପୂର୍ବରୁ ସଲମାନ ରାଜକୁମାରଙ୍କୁ କେବେ ଭେଟି ନଥିଲେ । ଯେତେବେଳେ ରାଜକୁମାରଙ୍କୁ ପ୍ରଥମ ଥର ସେଠାରେ ମିଶିଲେ, ସଲମାନ ରାଜକୁମାରଙ୍କୁ ପଚାରିଲେ –ଆପଣ କିଏ ? ବଲିଉଡର ଜଣେ ବରିଷ୍ଠ ଓ ଜଣାଶୁଣା କଳାକାର ଥିବା ସତ୍ତ୍ୱେ ସଲମାନଙ୍କ ଏପରି ପ୍ରଶ୍ନରେ ରାଜକୁମାର ରାଗି ଯାଇଥିଲେ । ସେ ସଲମାନଙ୍କୁ କହିଥିଲେ- ‘‘ବେଟା ଜାକର ଅପନେ ଅବ୍ଦା ସେ ପୁଛୋ କି ମୈ କୌନ ହୁଁ ।’’