ପାଗ ଅନୁକୂଳ, ଚାରି ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
କେନ୍ୟୁଜ୍(ବ୍ୟୁରୋ): ଚାରି ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ ମୌସୁମୀ ଆଗମନରେ ସାମାନ୍ୟ ବିଳମ୍ବ ହେଉଥିବା ବେଳେ ସାରା ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ଆଗାମୀ ଦୁଇ ଦିନ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ । ଦିନର ସର୍ବାଧିକ ତାପାମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଉପରେ ରହିବ । ତାପରେ ତାପମାତ୍ରା ଧୀରେ ଧୀରେ ଖସିବା ସମ୍ଭାବନା ରହିଛି ।
ରାଜ୍ୟରେ ଜୁନ୍ ୧ରୁ ୧୨ ତାରିଖ ଭିତରେ ୧୦.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକୁ ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୭୯ ପ୍ରତିଶତ କମ୍ । ଜୁନ୍ ପହିଲାରୁ ଆଜି ଯାଏ ୩ ଜିଲ୍ଲାରେ ଆଦୌ ବର୍ଷା ହୋଇନି । ୩ ଜିଲ୍ଲାରେ ହୋଇଛି ୨୦ରୁ ୫୯ ପ୍ରତିଶତ ବର୍ଷା । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।