Below header

ଦେଶରେ ୭୦ ଲକ୍ଷ ପାଖାପାଖି କରୋନା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ଗଲା ୯୪୬ ଜଣଙ୍କ ଜୀବନ

ଦେଶରେ ୭୦ ଲକ୍ଷ ଛୁଇଁବାକୁ ବସିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ୬୯ ଲକ୍ଷ ପାର ହୋଇଛି ଆକ୍ରାନ୍ତ ସଂଖ୍ୟା । ଗୋଟେ ଦିନ ଭିତରେ ୯୪୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୬ ହଜାର ୪୯୦
ଛୁଇଁଛି ମୃତକ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଏଯାବତ ଦେଶରେ ୬୯ ଲକ୍ଷ ୬
ହଜାର ୧୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଦେଶରେ ସଂକ୍ରମଣରୁ ସୁସ୍ଥ ହୋଇଥିବା ସଂଖ୍ୟା ସେହି ଅନୁପାତରେ ବୃଦ୍ଧି ପାଇ ୫୯ ଲକ୍ଷ ୬ ହଜାର ୭୦ ଛୁଇଁଛି । ଯେବେକି ପାଖାପାଖି ୯ ଲକ୍ଷ ଆକ୍ରାନ୍ତଙ୍କର ଚିକିତ୍ସା ଚାଲୁରହିଛି । ଏବେ ଦେଶରେ ମୃତ୍ୟୁ ହାର ୧.୫୪ ପ୍ରତିଶତ ରହିଥିବା ଜଣାଯାଇଛି । କହିରଖିବା ଉଚିତ ହେବଯେ ଅଗଷ୍ଟରେ ୩୦ ଲକ୍ଷ, ସେପ୍ଟେମ୍ବରରେ ୬୦ ଲକ୍ଷ ପର୍ଯ୍ୟନ୍ତ ପାର ହୋଇଥିଲା ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.