ହୋଣ୍ଡା ହାଏନେସ୍‌ ସିବି 350 ବାଇକ୍‌ ଲଞ୍ଚ, ମୂଲ୍ୟ ମାତ୍ର ୧.୮୫ ଲକ୍ଷ

ଭାରତୀୟ ବଜାରରେ ରୟାଲ ଏନଫିଲ୍ଡକୁ ଟକ୍କର ଦେବା ପାଇଁ ହୋଣ୍ଡା ଲଞ୍ଚ କରିଛି ଦମଦାର୍ ବାଇକ୍। ଯାହାର ନାମ ହାଏନେସ୍ ସିବି ୩୫୦ ଲଞ୍ଚ୍ କରିଛି। ଦଶହରା ପୂଜାକୁ ନଜରରେ ରଖି କମ୍ପାନୀ ଏହାକୁ ଲଞ୍ଚ୍ କରିଛି। ହାଏନେସ୍ ସିବି୩୫୦ର ପ୍ରାରମ୍ଭିକ ମୂଲ୍ୟ ରହିଛି ୧ ଲକ୍ଷ ୮୫ ହଜାର ଟଙ୍କା। ଏହା ଦୁଇଟି ଭାରିଏଣ୍ଟରେ ଉପଲବ୍ଧ । ଡିଏଲଏକ୍ସ ଓ ଡିଏଲଏକ୍ସ। ଏହି ବାଇକର ଡିଜାଇନରେ ହୋଣ୍ଡା ରିବେଲ ଭଳି ରହିଛି। ଯାହା ଭାରତ ବାହାରେ ବିକ୍ରି ହେଉଛି।

ଏହି ବାଇକ ଇଞ୍ଜିନର କ୍ଷମତା ହେଉଛି ୩୫୦ ସିସି। ଏହା ୪ ଷ୍ଟ୍ରୋକ୍ ଇଞ୍ଜିନ ବିଶିଷ୍ଟ। ଏହା ସର୍ବାଧିକ ୨୦.୮ ପିଏସର ପାଓ୍ୱାର ଜେନେରେଟ୍ କରିଥାଏ । ସେହିପରି ୩୦ ଏନଏମର ଟର୍କ ମଧ୍ୟ ସୃଷ୍ଚି କରିଥାଏ। ଏଥିରେ ହୋଣ୍ଡା ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ , ସ୍ମାର୍ଟଫୋନ୍ ଭଏସ କଣ୍ଟ୍ରୋଲ ସିଷ୍ଟମ, ଆସିଷ୍ଟ, ସ୍ଲିପର୍ କ୍ଲଚ୍, ଆଡଭାନ୍ସଡ୍ ଡିଜିଟାଲ ଆନାଲୋଗ ସ୍ପିଡୋମିଟର୍ ଓ ଏଲଇଡି ପ୍ୟାକେଜ୍ ରହିଛି।

ଏହାଛଡା ଏହି ବାଇକ୍ ଉପରେ କମ୍ପାନୀ ୬ ବର୍ଷର ଓ୍ୱାରେଣ୍ଟି ପ୍ରଦାନ କରୁଛି। ଏହି ବାଇକ ଯୁବ ପିଢିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ହୋଣ୍ଡାର ପରିଚାଳନା ନିର୍ଦ୍ଦେଶକ ଅତସୁସୀ ଓଗାଟା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.