Below header

ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଅଭିଯୁକ୍ତ ଫେରାର୍: ବିଜେପି ପକ୍ଷରୁ ଆଇ.ଆଇ.ସିଙ୍କ ନିଲମ୍ବନ ଦାବିସହ ରାସ୍ତାରୋକ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ଘଟଣାକୁ ବିତିଲାଣି ୭ଦିନ । ହେଲେ ଫେରାର ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇପାରିନାହିଁ। ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ବିଭାଗ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ଏହାର ପ୍ରତିବାଦ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ଆଜି ବିଜେପି ତରଫରୁ ରାସ୍ତାରୋକ କରାଯାଇଛି।

ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡାଠାରେ ବିଜେପି ନେତା କାହ୍ନୁ ଚରଣ ବେହେରାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଟାୟାର ଜାଳି ପ୍ରତିବାଦ କରିବା ସହ ରାସ୍ତାରୋକ କରିଛନ୍ତି। ଯାହାଫଳରେ ଭଦ୍ରକରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବସ୍ ତଥା ସମସ୍ତ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି। ରାସ୍ତାରୋକ ପାଇଁ ଲୋକମାନେ ବହୁ ଅସୁବିଧା ଭୋଗକରୁଥିବା ସହ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି।

chandbaliଏଠାରେ ସୂଚନାଯୋଗ୍ୟ ଯେ ପଳାଶପୁର ଗାଁର ଜଣେ ନାବାଳିକାକୁ ବିଜୟନଗର ପଞ୍ଚାୟତର ଗୋବିନ୍ଦପୁର ଗାଁର ଅଜୟ ନାୟକ ଓ ତାର ୨ଜଣ ସହଯୋଗୀ ଅପହରଣ କରିଥିବାର ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ନିମାପଡାରୁ ଅଭିଯୁକ୍ତ ଯୁବକ ଓ ନାବାଳିକାକୁ ଗିରଫ କରିଥିଲା। ହେଲେ ଗିରଫ ଆସାମୀ ଜଣକ ଗତ ୨ତାରିଖ ରାତିରେ ଥାନାର ପଛପଟ ଝରକାକୁ ତାଡି ଚମ୍ପଟ ମାରିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିପାରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.