ଆସିଲା Instagram ର ନୂଆ ହିଡେନ ଫିଚର, ନିଜେ ବଦଳାଇ ପାରିବେ ଇନଷ୍ଟାର ଆଇକନ ଲୋଗୋ

ଇନଷ୍ଟାଗ୍ରାମ ଆପ୍‌କୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଇନଷ୍ଟା ଖାସ୍‌ ଫିଚର ଲଞ୍ଚ କରିଛି। ଏହି ଫିଚର ଚରିଆରେ ଆପଣ ଇନଷ୍ଟାଗ୍ରାମ ଆପ୍‌ର ଆଇକନକୁ ଆପଣଙ୍କ ଫୋନରେ ପରିବର୍ତ୍ତନ କରିପାରିବେ। ଏହି ହିଡେନ ଫିଚରକୁ ଆକ୍ଟିଭେଟ କରିବା ପାଇଁ ୨୦୧୦ରୁ ଏପର୍ଯ୍ୟନ୍ତ ଥିବା ଇନଷ୍ଟାଗ୍ରାମର ଅଲଗା ଅଲଗା ଲୋଗୋର ଡିଜାଇନକୁ ସେଟ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା କେମିତି କରିବେ ଇନଷ୍ଟା ଆଇକନ ଲୋଗୋ ପରିବର୍ତ୍ତନ …

– ପ୍ରଥମେ ଇନଷ୍ଟାଗ୍ରାମ ଆପ୍‌ ଓପନ କରି ନିଜର ପ୍ରୋପାଇଲ ଆଇକନରେ ଟ୍ୟାପ୍‌ କରନ୍ତୁ।

– ତା’ ପରେ ଏହାର ଟପ୍‌ ଡାହାଣ ପଟ କର୍ନରରେ ଥିବା ହମବର୍ଗର ଆଇକନ(ତିନି ଲାଇନ) ଦେଖାଯିବ, ସେଥିରେ କ୍ଲିକ କରନ୍ତୁ।

– ଯଦି ଆପଣଙ୍କର ଆଇଫୋନ ରହିଥାଏ ତେବେ ତଳେ ଏକ ପପ୍‌ଅପ୍‌ ଆସିବ, ଯେଉଁଥିରେ ନୋଟିଫିକେସ ସେଟିଂରେ ଟ୍ୟାପ୍‌ କରିବେ।

insta

– ଯଦି ଆଣ୍ଡ୍ରଏଡ ଫୋନରେ ତଳେ ଥିବା ସେଟିଂ ଉପରେ ଟ୍ୟାପ୍‌ କରନ୍ତୁ।

– ଏବେ ସେଟିଂକୁ ଯାଇ ଆପଣ ସ୍କ୍ରିନ ଉପରେ ଜୋରରେ ପ୍ରେସ କରି ତଳକୁ ଡ୍ରାଗ କରନ୍ତୁ।

– ଡ୍ରାଗ କରିବା ପରେ ଆପଣଙ୍କୁ ଇମୋଜି ଦେଖିବାକୁ ମିଳିବ ଏବଂ ସ୍କିନ ଗ୍ଲିଟର୍ସ ଦେଖିବାକୁ ମିଳିବ।

– ଏବେ ଏଥିରେ ଆପଣଙ୍କୁ ଅଲଗା ଅଲଗା ଆଇକନ ଦେଖିବାକୁ ମିଳିବ, ଯାହା ମଧ୍ୟରୁ ଗୋଟେକୁ ସିଲେକ୍ଟ କରିପାରିବେ। ଏହି ଆଇକନରେ କ୍ଲାସିକ ଏବଂ ପ୍ରି ଲଞ୍ଚ କ୍ଲାସିକ ଆଇକନ୍ସ ମଧ୍ୟ ରହିଛି। ଏହାଛଡା ଡାର୍କ, ଲାଇଟ, ଗୋଲ୍ଡ, ପ୍ରାଇଡ, ସନଲାଇଟ, ଓରୋରା, ବେରୀ ଡାର୍କ ଏବଂ ଟ୍ଵିଲାଇଟ ଆଇକନ ଅପସନ ମଧ୍ୟ ରହିଛି।

– ଏହିସବୁ ଆଇକନ ମଧ୍ୟରୁ ଗୋଟିଏ ଆଇକନ ସିଲେକ୍ଟ କରିବା ପରେ ଆପଣଙ୍କ ଫୋନରେ ଇନଷ୍ଟାଗ୍ରାର ନୂଆ ଆଇକନ ଦେଖିବାକୁ ପାଇବେ।

ବି:ଦ୍ର ଏହି ଫିଚର ହୁଏତ କିଛି ସମୟ ପାଇଁ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.