Below header

ବିଶ୍ବରେ ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟରେ ଭାରତ, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ବିଶ୍ବରେ ସାର୍ସ-କୋ-୨ ଭୁତାଣୁର ନୂଆ ଭାରିଆଣ୍ଟ ପିରୋଲା, ଇଜି -୫ର ସଂକ୍ରମଣ ସମେତ କୋଭିଡ଼ ପରିସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ । WHO ମୁତାବକ ୫୦ରୁ ଅଧିକ ଦେଶରେ ଇଜି.୫ ଚିହ୍ନଟ ହୋଇଛି ଏବଂ ବିଏ.୨୮.୬ ୪ଟି ଦେଶରେ ଚିହ୍ନଟ କରାଯାଇଛି ।

ନୂଆଦିଲ୍ଲୀ : ବିଶ୍ବ ସ୍ତରରେ କରୋନା ଭୁତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟରେ ଭାରତ । କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରୀୟ ବୈଠକ । ରାଜ୍ୟଗୁଡ଼ିକୁ ପଜିଟିଭ ନମୁନାର ଜିନୋମ ସିକ୍ବେନ୍ସିଂ ବଢାଇବା ସହ ନୂଆ ଭାରିଆଣ୍ଟ ଉପରେ ନଜର ରଖିବାକୁ ପରାମର୍ଶ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ବିଶ୍ବ ସ୍ତରରେ ଏବଂ ଭାରତରେ ବର୍ତ୍ତମାନ କୋଭିଡ଼ ସ୍ଥିତି, ନୂଆ କରୋନା ଭାରିଆଣ୍ଟ ଏବଂ ଜନସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ସମୀକ୍ଷା କରିଛନ୍ତି ।

ବୈଠକରେ ନୀତି ଆୟୋଗ ସଦସ୍ୟ ଡ.ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ତ ପ୍ରମୁଖ ଯୋଗଦେଇଥିଲେ । ବିଶ୍ବରେ ସାର୍ସ-କୋ-୨ ଭୁତାଣୁର ନୂଆ ଭାରିଆଣ୍ଟ ପିରୋଲା, ଇଜି -୫ର ସଂକ୍ରମଣ ସମେତ କୋଭିଡ଼ ପରିସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ । WHO ମୁତାବକ ୫୦ରୁ ଅଧିକ ଦେଶରେ ଇଜି.୫ ଚିହ୍ନଟ ହୋଇଛି ଏବଂ ବିଏ.୨୮.୬ ୪ଟି ଦେଶରେ ଚିହ୍ନଟ କରାଯାଇଛି ।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ, ଦେଶରେ କରୋନା ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି । ତେବେ ରାଜ୍ୟମାନେ ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା ଉଚିତ । ସେହିପରି କୋଭିଡ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.