ଗ୍ରାଜୁଏସନ କରିଥିଲେ CAG ରେ କରନ୍ତୁ ଆବେଦନ, ୧୭୭୩ ପଦବୀ ଖାଲି

କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ ଇଣ୍ଡିଆ (CAG)ରେ ୧୭୭୩ ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ ପଦବୀ ଖାଲି । ଗ୍ରାଜୁଏସନ କରି କମ୍ପ୍ୟୁଟର ଜ୍ଞାନ ଥିଲେ ତୁରନ୍ତ କରନ୍ତୁ ଆବେଦନ ।

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସିଏଜିରେ ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ ପଦବୀରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ୧୭ ସେପ୍ଟେମ୍ବର ପୂର୍ବରୁ କରିପାରିବେ ଆବେଦନ ।

ପଦବୀ ବିବରଣୀ : ୧୭୭୩

ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ । ଏହାଛଡା କମ୍ପ୍ୟୁଟର ଜ୍ଞାନ ଥିବା ଜୁରୀ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜିରେ ସିସିସି କୋର୍ସ ଅର୍ଥାତ୍‌ କୋର୍ସ ଅନ କମ୍ପ୍ୟୁଟର କନସେନ୍ଟ ସାର୍ଟିଫିକେଟ ରହିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୫ ବର୍ଷ ହୋଇଥିବା ଜରୁରୀ । ସରଂକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ଛାଡ ମିଳିବ ।
ଇଚ୍ଛୁକ ପ୍ରାର୍ଥୀCAG ର ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । cag.gov.in କୁ ଯାଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବା ପରେ ହେବ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.