‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତ ଗାଇଥିବା ଗାୟକ ରାଜୁ ପଞ୍ଜାବୀଙ୍କ ନିଧନ, କିଛିଦିନରୁ ଜଣ୍ଡିସରେ ପୀଡିତ ଥିଲେ

ହରିୟାଣରାର ଲୋକପ୍ରିୟ ଗାୟକ ରାଜୁ ପଞ୍ଜାବୀଙ୍କ ମୃତ୍ୟୁ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛିଦିନରୁ ଜଣ୍ଡିସରେ ପୀଡିତ ହୋଇ ହସପିଟାଲରେ ଆଡମିଟ୍‌ ହୋଇଥିଲେ । ‘ଦେଶୀ ଦେଶୀ ନା ବାଲୋ କରୋ ଛୋରୀ ରେ’ଗୀତରେ ଲୋକପ୍ରିୟତା ପାଇଥିଲେ ।

‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତ ଗାଇଥିବା ଲୋକପ୍ରିୟ ହରିୟାଣା ଗାୟକ ରାଜୁ ପଞ୍ଜାବୀଙ୍କ ପରଲୋକ ହୋଇଛି । ହିସାରରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ଭୋର ସକାଳ ୪ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଗୀତ ଜରିଆରେ ଉତ୍ତର ଭାରତରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ରାଜୁ ପଞ୍ଜାବୀ । ତାଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ।

ମୃତ୍ୟୁ ବେଳକୁ ରାଜୁଙ୍କ ବୟସ ୪୦ ବର୍ଷ ହୋଇଥିଲା । କିଛି ଦିନରୁ ଜଣ୍ଡିସରେ ପୀଡିତ ଥିଲେ ରାଜୁ । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ଯୋଗୁଁ ତାଙ୍କୁ ଘରକୁ ପଠାଯାଇଥିଲା । କିନ୍ତୁ ପୁଣି ହଠାତ୍‌ ଦେହ ଖରାପ ହେବାରୁ ହସପିଟାଲରେ ଆଡମିଟ୍‌ କରାଯାଇଥିଲା ।

ତେବେ ରାଜୁଙ୍କ ଅଚାନକ ମୃତ୍ୟୁ ପରିବାର ଏବଂ ଫ୍ୟାନ୍ସଙ୍କୁ ଝଟକା ଲାଗିଛି । ରାଜୁଙ୍କର ସ୍ତ୍ରୀ ଏବଂ ୩ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଜି ହିସାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

 

View this post on Instagram

 

A post shared by Raju Punjabi (@rajupunjabiofficial)

ରାଜୁଙ୍କ ଗୀତ ହରିୟାଣା ଛଡା ପଞ୍ଜାବ ଏବଂ ରାଜସ୍ଥାନରେ ବେଶ ଲୋକପ୍ରିୟ । ସେ ହରିୟାଣା ଚର୍ଚ୍ଚିତ ଚେହେରା । ରାଜୁ ଏବଂ ସପନା ଚୌଧୁରୀଙ୍କ ଯୋଡି ବେଶ୍‌ ଲୋକପ୍ରିୟ ଥିଲା । ଦୁହେଁ ଅନେକ ଗୀତରେ ଏକାଠି ନଜର ଆସିଛନ୍ତି । ରାଜୁଙ୍କ ଶେଷ ଗୀତ ୧୨ ଅଗଷ୍ଟରେ ରିଲିଜ ହୋଇଥିଲା । ହସପିଟାଲରେ ଆଡମିଟ୍‌ ହୋଇ ମଧ୍ୟ ଗୀତ ରିଲିଜ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.