Below header

ଜମ୍ମୁକଶ୍ମୀରରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ନେଇ ପାକିସ୍ତାନ ଦୂତାବାସକୁ ସମନ ପଠାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଦୂତାବାସକୁ ଭାରତ ପଠାଇଲା ସମନ । ଜମ୍ମୁକଶ୍ମୀରରେ ଅସ୍ତ୍ରବିରତି ଉଲଂଘନ ନେଇ ଚାର୍ଜ ଡିଅଫେୟାର୍ସଙ୍କୁ ଭାରତ ପଠାଇଛି ସମନ । ପାକିସ୍ତାନ ସୈନ୍ୟଙ୍କ ଅସ୍ତ୍ରବିରତି ଉଲଂଘନ କାରଣରୁ ଚାରି ଜଣ ନିରୀହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ସୈନ୍ୟବାହିନୀ ଦ୍ୱାରା ନିରୀହ ସାଧାରଣ ଲୋକଙ୍କୁ ମନଇଚ୍ଛା ଟାର୍ଗେଟ୍‌କୁ ଭାରତ ନିନ୍ଦା କରିଛି । ଏକ ବିବୃତ୍ତିରେ କୁହାଯାଇଛି ଯେ, ପାକିସ୍ତାନ ହାଇ କମିଶନଙ୍କ ଚାର୍ଜ ଡିଅଫେୟାସ୍‌ଙ୍କୁ ଡକାଯାଇଥିଲା । ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ର ବିରତି ଉଲଂଘନକୁ କଡା ବିରୋଧ କରିଥିଲା ଭାରତ ।

ଶୁକ୍ରବାର ପାକିସ୍ତାନ ପଟରୁ ହୋଇଥିବା ଅସ୍ତ୍ରବିରତି ଉଲଂଘନ କାରଣରୁ ୪ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ସେପଟେ ଭାରତ ସୀମାରେ ଆତଙ୍କବାଦୀ ଅନୁପ୍ରବେଶକୁ ଭାରତ ଦୃଢ ବିରୋଧ କରିଛି । ଶୁକ୍ରବାର ଗୁରେଜ ଓ ଉରି ସେକ୍ଟରରେ ଗୁଳିମାଡ କରିଥିଲା ପାକିସ୍ତାନ ସେନା । ପାକିସ୍ତାନର ସିଜ୍‌ ଫାୟାର ଉଲଂଘନ ପରେ ଭାରତ ଏହାର କଡ଼ା ଜବାବ ଦେଇଥିଲା । ଏଥିରେ ପାକିସ୍ତାନର ବହୁ ସୈନ୍ୟ ମୃତାହତ ହେବା ସହ ଏକ ବଙ୍କର ଧ୍ୱଂସ ପାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.