କଣ ଆପଣଙ୍କ Xiaomi ଫୋନ ଆପେ ଆପେ ହୋଇଯାଉଛି ରିଷ୍ଟାର୍ଟ ? ତେବେ ଜଲଦି ଠିକ ହେବ ଆପଣଙ୍କ ଏହି ସମସ୍ୟା

ଟେକ ବ୍ରାଣ୍ଡ xiomi ପକ୍ଷରୁ ଅଫର କରାଯାଇଥିବା Redmi ଏବଂ Mi ସ୍ମାର୍ଟଫୋନ୍ସ ସହ ଜଡିତ ଏକ ସମସ୍ୟା ୟୁଜର୍ସଙ୍କୁ ଚିନ୍ତାରେ ପକାଉଛି। ୟୁଜର୍ସଙ୍କ କହିବାକଥା ଯେ ତାଙ୍କ ସାଓମି ଫୋନ ଆପେ ଆପେ ରିବୁଟ ହେଉଛି। ଅନେକ ୟୁଜର୍ସଙ୍କ ପାଖରୁ ଏମିତି ଅଭିଯୋଗ ପାଇବା ପରେ କମ୍ପାନୀ ଏହାର ଫିକ୍ସ ଉପରେ କାମ କରୁଛି। ଯଦି ଆପଣଙ୍କ ଫୋନରେ ମଧ୍ୟ ଏମିତି ସମସ୍ୟା ହେଉଛି ତାହେଲେ ଆଗାମୀ ସ୍ୱଫ୍ଟେଓ୍ଵୟାର ଅପଡେଟ୍ସକୁ ଫିକ୍ସ କରି ଏହାକୁ ଫିକ୍ସ କରିଦିଆଯିବ।

ସ୍ମାର୍ଟଫୋନ ମେକର ପକ୍ଷରୁ ଶନିବାର କୁହାଯାଇଛି ଯେ କମ୍ପାନୀ କଷ୍ଟମର୍ସଙ୍କ ଫିଡବ୍ୟାକକୁ ଧ୍ୟାନରେ ରଖି ଏହି ପ୍ରୋବଲେମକୁ ବହୁତ ଜଲଦି ଫିକ୍ସ କରିବାକୁ ଚେଷ୍ଟା କରୁଛି। ଏହି ସମସ୍ୟା ବିଷୟରେ ଜଣାଇ ସାଓମି ଏକ ଅଫିସିଆଲ ଷ୍ଟେଟମେଣ୍ଟ ମଧ୍ୟ ଜାରି କରିଛି। କମ୍ପାନୀ ନିଜେ ମାନିଛି ଯେ Mi ଏବଂ Redmi ଡିଭାଇସେଜରେ ଏରର ଦେଖାଉଛି। ଯେଉଁକାରଣରୁ ଫୋନ ମନକୁ ମନ ରିବୁଟ୍‌ ହୋଇଯାଉଛି। କମ୍ପାନୀ ଜଣାଇଛି ଆପ୍‌ ଅପଡେଟ୍‌ ସମୟରେ କୋଡସର କିଛି ଲାଇନ କାରଣରୁ ଏମିତି ହେଉଛି।

Redmi 7ବହୁତ ଜଲଦି ମିଳିବ ଅପଡେଟ

ସାଓମିର କହିବାନୁଯାୟୀ କମ୍ପାନୀ ଆପ୍‌ ଡେବଲପରଙ୍କ ସହ ମିଶି ଏହି ଆପକୁ ଫିକ୍ସ କରିବା ପାଇଁ କାମ କରୁଛି। ଏହାଛଡା ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପରମାନେଣ୍ଟ ଫିକ୍ସ ମଧ୍ୟ ଅପଡେଟ ସାହାଯ୍ୟରେ ରୋଲଆଉଟ୍‌ କରାଯିବ। ଆପଣ ନିଜ ସାଓମି ଫୋନର ଲାଟେଷ୍ଟ ସ୍ୱଫ୍ଟେଓ୍ଵୟାରକୁ ଅପଡେଟ କରିବା ପାଇଁ ଆପଣଙ୍କୁ ଫୋନର ସେଟିଙ୍ଗକୁ ଯାଇ ସେକସନକୁ ଯିବାକୁ ହେବ। ଏହାପରେ ଉପରେ ଟ୍ୟାପ କରିବା ପରେ ଆପଣଙ୍କୁ ଦେଖାଯିବ ଯେ ଆପଣଙ୍କର କିଛି ଅପଡେଟ ରିସିଭ୍‌ ହୋଇଛି ନା ନାହିଁ।

ଯିବାକୁ ହେବ ସର୍ଭିସ ସେଣ୍ଟର

ୟୁଜର୍ସଙ୍କୁ ହେଉଥିବା ସମସ୍ୟାକୁ ଫିକ୍ସ କରିବା ପାଇଁ ସାଓମି ଜଣାଇଛି ଯେ ଗତ ୩୬ ଘଣ୍ଟାରେ କିଛି ଟେମ୍ପରାରୀ ଫିକ୍ସ ସ୍ମାର୍ଟଫୋନକୁ ଦିଆଯାଇଛି। ସାଓମି ଏହାମଧ୍ୟ ଜଣାଇଛି ଯେ ଆବଶ୍ୟକ ପଡିଲେ ଏହି ସମସ୍ୟାକୁ ଫିକ୍ସ କରିବା ପାଇଁ ୟୁଜର୍ସଙ୍କୁ ନିଜ ଡିଭାଇସ କମ୍ପାନୀର ଅଥରାଇଜଡ ସର୍ଭିସ ସେଣ୍ଟରକୁ ଯିବାକୁ ପଡିପାରେ। କମ୍ପାନୀ ଜଣାଇଛି ଯେ ‘କଷ୍ଟମର ଏକ୍ସପେରିୟନ୍ସ ଆମର ପ୍ରଥମ ପ୍ରାଥମିକତା ଏବଂ ଆମେ କଷ୍ଟମର୍ସଙ୍କୁ ହେଇଥିବା ସମସ୍ୟା ପାଇଁ କ୍ଷମା ଚାହୁଁଛୁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.