Below header

ତିକ୍ତତାର ଶୀର୍ଷରେ ଭାରତ-କାନାଡ଼ା ସଂପର୍କ : ଭାରତର ଡବଲ ଆକ୍ସନ,କାନାଡାକୁ ଭିସା କ୍ୟାନସେଲ, ଚୀନକୁ ଭିଜିଟ୍ କ୍ୟାନସେଲ

ତିକ୍ତତାର ଶୀର୍ଷରେ ଭାରତ-କାନାଡ଼ା ସଂପର୍କ। ନିଜ୍ଜର ହତ୍ୟା ମାମଲାରେ ଭାରତ ବିରୋଧରେ ସଂପୃକ୍ତି ଅଭିଯୋଗ ଦୋହରାଇଲା କାନାଡ଼ା। ବିନା ପ୍ରମାଣରେ ଅଭିଯୋଗକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କ୍ଷୁବ୍ଧ।

ତିକ୍ତତାର ଶୀର୍ଷରେ ଭାରତ-କାନାଡ଼ା ସଂପର୍କ। ନିଜ୍ଜର ହତ୍ୟା ମାମଲାରେ ଭାରତ ବିରୋଧରେ ସଂପୃକ୍ତି ଅଭିଯୋଗ ଦୋହରାଇଲା କାନାଡ଼ା। ବିନା ପ୍ରମାଣରେ ଅଭିଯୋଗକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କ୍ଷୁବ୍ଧ। ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡ଼ୀୟଙ୍କ ଭିସା ବନ୍ଦ କରିଥିଲା ଭାରତ। ଏବେ ନୂଆଦିଲ୍ଲୀ ସ୍ଥିତ ଦୂତାବାସରୁ କୂଟନୀତିଜ୍ଞଙ୍କ ସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରାଳୟ।

ସେପଟେ ଏସିଆନ ଗେମ୍ସ ଖେଳିବାକୁ ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ବେଜିଂ ଅନୁମତି ନଦେବାରୁ ଭାରତର ରିଆକ୍ସନ। ଚୀନ ଗସ୍ତ ବାତିଲ କଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଏପଟେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଛି ଚୀନ। ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ଭାବେ ଚୀନ ସ୍ବୀକାର କରୁନଥିବାରୁ ଏହାର ୩ ଖେଳାଳିଙ୍କୁ ଅନୁମତି ମିଳିଲା ନାହିଁ ବୋଲି ବେଜିଂ କହିଛି।

ଭାରତର ଡବଲ ଆକ୍ସନ । କାନାଡାକୁ ଭିସା କ୍ୟାନସେଲ, ଚୀନକୁ ଭିଜିଟ୍ କ୍ୟାନସେଲ। କାନାଡ଼ା ତାର ଅଭିଯୋଗ ଦୋହରାଇବା ପରେ ଆକ୍ସନ ମୋଡରେ ଭାରତ । ପୁଣି ଥରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ ଦୋହରାଇଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟଙ୍କ ସଂପୃକ୍ତି ଥିବା କହିଛନ୍ତି ଟ୍ରୁଡୁ। କିନ୍ତୁ ପ୍ରମାଣ ପାଉ ନାହିଁ କାନାଡ଼ା। ତେବେ ଭାରତର ସଂପୃ୍କ୍ତି ନେଇ ବିଶ୍ବାସ କରିବା ଭଳି କାରଣ ଥିବା ଟ୍ରୁଡୁ କହିଛନ୍ତି।

ଏଥିରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କ୍ଷୁବ୍ଧ। ଅଭିଯୋଗ ପ୍ରତ୍ୟାଖ୍ୟାନ କରିବା ସହ ଭାରତ-ବିରୋଧୀ କାର୍ଯ୍ୟକଳାପକୁ କାନାଡ଼ ପ୍ରଶ୍ରୟ ଦେଉଥିବା ପାଲଟା ଅଭିଯୋଗ କରିଛି ବୈଦେଶିକ ମନ୍ତ୍ରାଳୟ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତରେ କାନାଡ଼ା କୁଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାନାଡ଼ାରେ ଥିବା ଭାରତୀୟ ଦୂତାବାସରେ କମ ସଂଖ୍ୟାରେ କୂଟନୀତିଜ୍ଞ କାର୍ଯ୍ୟ କରୁଥିବା ବେଳେ ଭାରତରେ ଥିବା କାନାଡ଼ା ଦୂରତାବାସରେ ଅଧିକ ସଂଖ୍ୟାରେ କୂଟନୀତିଜ୍ଞ କାର୍ଯ୍ୟ କରୁଥିବା ଦର୍ଶାଇଛି ଭାରତ।

କାନାଡା ନାଗରିକଙ୍କ ଭିସା ଉପରେ ରୋକ ଲଗାାଇଛି ଭାରତ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ଭିସା ସେବା । ମଙ୍ଗଳବାର ଦୁଇ ଦେଶ ପରସ୍ପରର ଜଣେ ଜଣେ କୁଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ନୂଆଦିଲ୍ଲୀକୁ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଟ୍ରୁଡ଼ୁଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ସାକ୍ଷାତ ପରେ ଦୁଇ ଦେଶ ମଧ୍ୟରେ ବଢ଼ିଛି ଟେନସନ।

କାନାଡ଼ାରେ ଭାରତ ବିରୋଧୀ ଖଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବା ସଫାସଫା ଟ୍ରୁଡୁଙ୍କୁ ଶୁଣାଇଥିଲେ ମୋଦି। ଅନ୍ୟପଟେ ନିଜ୍ଜର ହତ୍ୟାକାଣ୍ଡ ଘଟଣାରେ ଉଭୟ କାନାଡ଼ା ଓ ଭାରତ ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଆମେରିକାର ସୁରକ୍ଷା ପରାମର୍ଶଦାତା ଜାକ ସୁଲିଭାନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.