Below header

ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ-ପ୍ରଧାନମନ୍ତ୍ରୀ ମୋଦି

ଅଗଷ୍ଟ ୨୩ ତାରିଖକୁ 'ଜାତୀୟ ମହାକାଶ ଦିବସ' ଭାବେ ପାଳନ କରାଯିବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ବିଦେଶରୁ ଫେରି ସିଧା ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଶଂସା କରିଥିଲେ।

ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ବିଦେଶରୁ ଫେରି ସିଧା ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଶଂସା କରିଥିଲେ।

ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଲେ ମୋଦି । ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ । ଆପଣଙ୍କୁ ମୋର ସାଲ୍ୟୁଟ୍ ।

ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କଲା, ମୋଦି ସେହି ସ୍ଥାନର ନାଁ ‘ଶିବଶକ୍ତି’ ରଖିଥିବା ବେଳେ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ରଖିଛନ୍ତି । ବୁଧବାର ସଂଧ୍ୟାରେ ଚନ୍ଦ୍ରଯାନ-୩ର ଅବତରଣ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଥିଲେ । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩ ।

ତେବେ ମୋଦିଙ୍କର ଶିବଶକ୍ତି ନାମ କରଣକୁ ଶୁଣି ମୁସଲିମ ଉଲେମା ବିରୋଧ କରିଥିଲେ । ଏହା ଛଡା ଜଣେ ମୌଲାନା ମଧ୍ୟ ଏହାକୁ ବିରୋଧ କରିଥିଲେ । ସେ ଏହାକୁ ଭାରତ, ଇଣ୍ଡିଆ କିମ୍ବା ହିନ୍ଦୁସ୍ଥାନ ରଖିବାକୁ ମତ ଦେଇଥିଲେ । କାରଣ ଏଥିରେ ବହୁ ବୈଜ୍ଞାନିକଙ୍କ ସହ ବିଭିନ୍ନ ଲୋକଙ୍କର ସହଯୋଗ ରହିଥିବାରୁ ଏହାକୁ ଏକ ଜାତି ଭିତରେ ବାନ୍ଧି ରଖିବା ଠିକ ହେବନି ବୋଲି ମୌଲାନା ମତ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.