ପ୍ରିଗୋଝିନଙ୍କ ମୃତ୍ୟୁ ପରେ ୱାଗନର ଫାଇଟରଙ୍କ ପାଇଁ ଶପଥପାଠ ବାଧ୍ୟତାମୂଳକ କରାଛନ୍ତି ପୁଟିନ
ମୁଖିଆଙ୍କ ମୃତ୍ୟୁ ପରେ ଋଷ ମୁଖ୍ୟଙ୍କ ସହ ହୋଇଛି ନୂଆ ଡିଲ୍। ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଝିନଙ୍କ ମୃତ୍ୟୁ ପରେ ୱାଗନର ଫାଇଟରଙ୍କ ପାଇଁ ଶପଥପାଠ ବାଧ୍ୟତାମୂଳକ କରାଛନ୍ତି ପୁଟିନ। ପୁଟିନଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା କ୍ରେମଲିନ ୱେବସାଇଟରେ ଉପଲବ୍ଧ।

ଏଥିରେ ଦର୍ଶାଯାଇଛି ଯେ, ଯେଉଁମାନେ ମସ୍କୋ ସେନାଙ୍କୁ ସମର୍ଥନ କରୁଛନ୍ତି, ବା ୟୁକ୍ରେନ ବିରୋଧରେ ମସ୍କୋର ସ୍ପେସାଲ ମିଲିଟାରୀ ଅପରେସନରେ ସାମିଲ ହୋଇଛନ୍ତି ସେମାନେ ଏହି ଶପଥ ନେବା ବାଧ୍ୟତାମୂଳକ। ଏହି ଶପଥପାଠ ଅନୁସାରେ ଋଷର ସମସ୍ତ ବରିଷ୍ଠ ରାଜନୈତିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି।
ଏହି ଘଟଣା ପରେ ପୁଟିନ ପ୍ରିଗୋଝିନଙ୍କ ୱାଗନର ଗ୍ରୁପକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଥିବା କୁହାଯାଉଛି। ତେବେ ପ୍ରିଗୋଝିନଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ଥିବା ପାଶ୍ଚାତ୍ୟ ଦେଶମାନେ କହୁଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ପୁଟିନ। ଏହାଛଡ଼ା ପ୍ରିଗୋଝିନଙ୍କ ପ୍ରତି ସମବେଦନା ଜଣାଇ ମୃତ୍ୟୁର କାରଣ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ପୁଟିନ।