ଅଚ୍ୟୁତ ସାମନ୍ତଙ୍କ ମଝିଆଁ ଭାଇ ଅନିରୁଦ୍ଧ ସାମନ୍ତଙ୍କ ପରଲୋକ

ଅଚ୍ୟୁତ ସାମନ୍ତଙ୍କ ମଝିଆ ଭାଇ କିଡନୀ ରୋଗରେ ପୀଡ଼ିତ ହୋଇ ଗତ ୬ମାସ ହେଲା ଭୁବନେଶ୍ୱରସ୍ଥିତ ବାସଭବନରେ ଚିକିତ୍ସିତ ହେଉଥିଲେ ।

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମଝିଆ ଭାଇ ଅନିରୁଦ୍ଧ ସାମନ୍ତଙ୍କ ଆଜି ପୂର୍ବାହ୍ନ ୯ଟା ବେଳେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କିଡନୀ ରୋଗରେ ପୀଡ଼ିତ ହୋଇ ଗତ ୬ମାସ ହେଲା ଭୁବନେଶ୍ୱରସ୍ଥିତ ବାସଭବନରେ ଚିକିତ୍ସିତ ହେଉଥିଲେ ।

ମୃତ୍ୟୁବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା । ସେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଅଫିସର ଭାବେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ଭାଇ ଅନ୍ତର୍ଯ୍ୟାମୀ ସାମନ୍ତ, ସାନଭାଇ ଅଚ୍ୟୁତ ସାମନ୍ତ, ଭଉଣୀ ଇତି ସାମନ୍ତ, ପୁଅ ଅରିନ୍ଦମ୍‍ ଓ ପ୍‍ୁତ୍ରବଧୂଙ୍କ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଆଜି ଅପରାହ୍ନରେ କଲରାବାଙ୍କ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଅରିନ୍ଦମ ମୁଖାଗ୍ନି ଦେଇଛନ୍ତି । ମଝିଆ ଭାଇଙ୍କ ବିୟୋଗରେ ଅଚ୍ୟୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.