୮ଟି ବ୍ୟାଙ୍କ ବଢ଼ାଇଲେ FD ସୁଧହାର, ଏଥର ଆପଣ ପାଇବେ ବଢିଆ ସୁଧ

ଚଳିତ ମାସରେ ଦେଶର ୪ଟି ବ୍ୟାଙ୍କ ସେମାନଙ୍କର ଏଫଡି ରେଟ୍ ବୃଦ୍ଧି କରିଛନ୍ତି । ଫଳରେ ଗ୍ରାହକଙ୍କୁ ଏଣିକି ଅଧିକ ସୁଧ ମିଳିପାରିବ । ଉଭୟ ସାଧାରଣ ଗ୍ରାହକ ଓ ବରିଷ୍ଠ ନାଗରିକମାନେ ଏହି ଯୋଜନାରୁ ଫାଇଦା ଉଠାଇ ପାରିବେ ।

ଆମେ ଯେତେବେଳେ ବ୍ୟାଙ୍କରେ ଏଫଡି ଅର୍ଥାତ ଫିକ୍ସଡ୍ ଡିପୋଜିଟ କରୁଛୁ ସେତେବେଳେ ବ୍ୟାଙ୍କର ସୁଧ ବିଷୟରେ ଜାଣିବା ନିହାତି ଆବଶ୍ୟକ । କେଉଁ ବ୍ୟଙ୍କ ଅଧିକ ସୁଧ ଦେଉଛି ଏବଂ ତାର ପଲିସି ବିଷୟରେ ଜାଣି ଟଙ୍କା ନିବେଶ କରିବା ବୁଦ୍ଧିମାନର କାମ । ଗ୍ରାହକଙ୍କ ପାଇଁ ଏଫଡି ହେଉଛି ଏକ ବଢ଼ିଆ ବିକଳ୍ପ । ଚଳିତ ମାସରେ ଦେଶର ୪ଟି ବ୍ୟାଙ୍କ ସେମାନଙ୍କର ଏଫଡି ରେଟ୍ ବୃଦ୍ଧି କରିଛନ୍ତି । ଫଳରେ ଗ୍ରାହକଙ୍କୁ ଏଣିକି ଅଧିକ ସୁଧ ମିଳିପାରିବ । ଉଭୟ ସାଧାରଣ ଗ୍ରାହକ ଓ ବରିଷ୍ଠ ନାଗରିକମାନେ ଏହି ଯୋଜନାରୁ ଫାଇଦା ଉଠାଇ ପାରିବେ । Suryoday Small Finance Bank ଏଫଡିରେ ସାଧାରଣ ଜନତାଙ୍କୁ ୪ରୁ ୮.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ଅଧିକ ୦.୫ ପ୍ରତିଶତ ସୁଧ ମିଳୁଛି ।

Jana Small Finance Bank ସାଧାରଣ ଜନତାଙ୍କୁ ୭ ଦିନଠାରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ରୁ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । Utkarsh Small Finance Bank ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସାଧାରଣ ଜନତାଙ୍କୁ ୪ରୁ ୮.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । Equitas Small Finance Bank ୭ ଦିନରୁ ୧୦ ବର୍ଷର ଏଫଡି ଉପରେ ୩.୫ରୁ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । unity small finance bank, ESAF small finance bank , fincare small finance bank ଓ north east small finance bank ପକ୍ଷରୁ ଏଫଡି ଉପରେ ଗ୍ରାହକଙ୍କୁ ୯ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.