ଲଗାତାର ୫ ଥର ଫେଲ୍ ହେଲେ କିନ୍ତୁ ହାରିଲେ ନାହିଁ, ଦୃଢ ମନୋବଳ ଆଣିଦେଲା ସଫଳତା, ବନିଲେ IFS ଅଫିସର

୭ ବର୍ଷ ଧରି ଲଗାତାର ୫ ଥର ପରୀକ୍ଷାରେ ଫେଲ୍ ହେଲେ। କିନ୍ତୁ ହାର ମାନିନଥିଲେ । କଠିନ ପରିଶ୍ରମ କଲେ । ଶେଷରେ ତାଙ୍କ ଦୃଢ ମନୋବଳ ଆଗରେ ଭାଗ୍ୟ ହାର ମାନିଲା । ଆଉ ୟୁପିଏସସିର ଶେଷ ପ୍ରୟାସରେ ୯୦ ତମ ସ୍ଥାନ ପାଇ ନିଜ ସ୍ୱପ୍ନକୁ ସାକାର କଲେ । ହେଲେ ଆଇଏଫଏସ୍ ଅଫିସର ।

୭ ବର୍ଷ ଧରି ଲଗାତାର ୫ ଥର ପରୀକ୍ଷାରେ ଫେଲ୍ ହେଲେ। କିନ୍ତୁ ହାର ମାନିନଥିଲେ । କଠିନ ପରିଶ୍ରମ କଲେ । ଶେଷରେ ତାଙ୍କ ଦୃଢ ମନୋବଳ ଆଗରେ ଭାଗ୍ୟ ହାର ମାନିଲା । ଆଉ ୟୁପିଏସସିର ଶେଷ ପ୍ରୟାସରେ ୯୦ ତମ ସ୍ଥାନ ପାଇ ନିଜ ସ୍ୱପ୍ନକୁ ସାକାର କଲେ । ହେଲେ ଆଇଏଫଏସ୍ ଅଫିସର । କଥାରେ ଅଛି , ଲଗାତାର ଚେଷ୍ଟା କର । ବହୁତ ପରିଶ୍ରମ କର । ନିଜ ଉପରେ ବିଶ୍ୱାସ ରଖ । ଆଉ ଧର୍ଯ୍ୟ ଧର। ଦେଖିବ ସଫଳତା ଦିନେ ଆସିକି ତମ ହାତ ପାପୁଲିରେ ରହିବ । ଏଭଳି ସକାରତ୍ମକ ଚିନ୍ତାଧାରା ଯଦି ଆପଣଙ୍କର ରହିଛି । ତେବେ ଆପଣ ମଧ୍ୟ ସବୁ ବାଜିକି ଜିତି ପାରିବେ । କଷ୍ଟ ଲାଗିବ କିନ୍ତୁ ତାପରେ ଯେଉଁ ଖୁସି ମିଳିବ ତାହାକୁ କଥାରେ ବି ବୁଝିହେବନି । ସବୁ ପିଲାଙ୍କ ସ୍ବପ୍ନ ଥାଏ ଆମେ ବଡ ଓ ଭଲ ଚାକିରି କରିବୁ । ଯେମିତି ଅର୍ଥ ଅଭାବ ରହିବ ନାହିଁ । ଆଉ ଭବିଷ୍ୟତ ଯେମିତି ସୁଖରେ କାଟିବ। ତେଣୁ ଅନେକ ସରକାରୀ ଚାକିରି କୁ ପାଇବାକୁ ଇଚ୍ଛା ରଖନ୍ତି । ଗୋଟେ ପରେ ଗୋଟେ ପରୀକ୍ଷା ଦେଇଚଳନ୍ତି । ଏହା ଭିତରୁ ୟୁପିଏସସି ପରୀକ୍ଷା ସବୁଠୁ କଷ୍ଟ ଥାଏ । ଯାହାକୁ କ୍ରାର୍କ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ଅନେକ ଅଛନ୍ତି ଯିଏ ନିଜର ଏହି ସ୍ବପ୍ନ କୁ ପୂରା କରିଛନ୍ତି । ଆଉ ସେମାନେ ସୁବେଳେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଥାନ୍ତି । ଏମିତି ଏକ ଉଦାହରଣ ସାଜିଛନ୍ତି ଆଗ୍ରାର ପୱନ ଗୁପ୍ତା।

ପୱନ ଗୁପ୍ତା ଆଗ୍ରାର ଏକ ସାଧାରଣ ବ୍ୟବସୟୀ ପରିବାରର ପୁଅ । ବାପାଙ୍କ ଛୋଟ ବ୍ୟବସାୟରେ ପୁରା ପରିବାର ଚଳେ । ହେଲେ ପିଲାବେଳୁ ପୱନ ଥିଲେ ମେଧାବୀ । ପାଠପଢାରେ ତାଙ୍କର ଆଗ୍ରହକୁ ଦେଖି ଅନେକ କଷ୍ଟ କରି ପୁଅକୁ ପଢ଼ିଥିଲେ ବାପା । ଦ୍ୱାଦଶ ପରେ ତାଙ୍କୁ ଦୁର୍ଗାପୁର ଏନଆଇଟିରେ ମେକାନିକାଲ ଇଞ୍ଜିନିଅରିଙ୍ଗରେ ଆଡମିଶନ ମିଳିଗଲା । ସେଠାରୁ ସେ ଡିଗ୍ରୀ ହାସଲ କଲେ ।ଏହିଠାରୁ ହିଁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ପାଇଁ ତାଙ୍କ ମନରେ ଇଚ୍ଛା ହୋଇଥିଲା । ମେକାନିକାଲ ଇଞ୍ଜିନିଅରିଙ୍ଗରେ ତାଙ୍କର ଭଲ ଗ୍ରେଡ ଥିବାରୁ ପରେ ପରେ ତାଙ୍କୁ ଭଲ ଚାକିରିଟେ ମଧ୍ୟ ମିଳିଗଲା । ହେଲେ ନିଜ ସ୍ୱପ୍ନ ଆଗରେ ଏହି ଚାକିରି ତାଙ୍କୁ ଫିକା ଲାଗୁଥିଲା । କିନ୍ତୁ ଘରର ପରିସ୍ଥିତି ପାଇଁ ଚାକିରି ସହ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ପୱନ ।

୨୦୧୫ରେ ଚାକିରି ସହ ୟୁପିଏସସି ପରୀକ୍ଷାରେ ପ୍ରଥମ ଥର ପାଇଁ ବସିଲେ । କିନ୍ତୁ ସେ ଲଗାତାର ୩ ବର୍ଷ ପରୀକ୍ଷାରେ ଫେଲ୍ ହେଲେ । ଏପରିକି ୟୁପିଏସସିରେ ପ୍ରିଲିମ ମଧ୍ୟ କ୍ଲିଅର କରିପାରିଲେ ନାହିଁ । ୨୦୧୮ରେ ପ୍ରିଲିମ କ୍ୱାଲିଫାଏ କଲେ କିନ୍ତୁ ମେନ ପରୀକ୍ଷାରେ ପୁଣି ଫେଲ୍ ହେଲେ । ପରୀକ୍ଷା ଭଲ କରିବା ପାଇଁ ଚାକିରି ଛାଡିଦେଲେ । କିନ୍ତୁ ଟଙ୍କା ଦରକାର ଥିବାରୁ ପୁଣିଥରେ ପରୀକ୍ଷା ଦେଲେ । ଏଥର ଇଣ୍ଡିଆନ୍ ଇଞ୍ଜିନିୟରିଙ୍ଗ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୭ ତମ ସ୍ଥାନ ପାଇ ଭାରତୀୟ ରେଲୱେରେ ଚାକିରି ପାଇଲେ ।

୨୦୨୦ରେ ୟୁପିଏସସିର ମେନ୍ କ୍ୱାଲିଫାଏ କରିଥିଲେ ବି ଇଣ୍ଟରଭ୍ୟୁରେ ଫେଲ ହୋଇଗଲେ । ଏହି ସମୟରେ ମାନସିକ ଅବସାଦର ମଧ୍ୟ ଶିକାର ହୋଇଥିଲେ । ଶେଷରେ ଦୃଢ ମନୋବଳ ରଖି ୨୦୨୨ରେ ୟୁପିଏଏସିରେ ୯୦ ତମ ସ୍ଥାନ ପାଇଁ ଆଇଏଫଏସ୍ ଅଫିସର ହେଲେ ପୱନ ଗୁପ୍ତା । ସତରେ ଯଦି ନିଜର ଦୃଢ ଇଚ୍ଛା ଶକ୍ତି ଅଛି ତେବେ ସବୁ କିଛି ସମ୍ଭବ ହୋଇପାରିବ । କଷ୍ଟ କଲେ ସଫଳତା ନିଶ୍ଚୟ ମିଳିବ । ଯାହାକୁ ସତ କରିଦେଖାଇଛନ୍ତି ଆଇଏଫଏସ୍ ଅଫିସର ପୱନ ଗୁପ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.