Below header

ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍,ଭାଙ୍ଗି ଚୁରମାର

ଆଜି ଭୋରରେ ଏକ ମାଲବାହୀ ଟ୍ରେନ୍ ସୁକିନ୍ଦା ରେଳଷ୍ଟେସନରୁ କେଉଁଝର ଅଭିମୁଖେ ଯାଉଥିଲା । ଏତିକିବେଳେ ଡଙ୍କାଗାଡିଆ ଗାଁ ନିକଟରେ ଟ୍ରେନ୍ ଲାଇନରେ ଫସି ରହିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା ।

ଯାଜପୁର(କେନ୍ୟୁଜ୍): ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଡଙ୍କାଗାଡିଆ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ୍ ଧକ୍କା ଦେବା ପରେ ଟ୍ରାକ୍ଟର ଏମିତି ଅବସ୍ଥା । ଭାଙ୍ଗି ଚୁରମାର । ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଆଜି ଭୋରରେ ଏକ ମାଲବାହୀ ଟ୍ରେନ୍ ସୁକିନ୍ଦା ରେଳଷ୍ଟେସନରୁ କେଉଁଝର ଅଭିମୁଖେ ଯାଉଥିଲା । ଏତିକିବେଳେ ଡଙ୍କାଗାଡିଆ ଗାଁ ନିକଟରେ ଟ୍ରେନ୍ ଲାଇନରେ ଫସି ରହିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏତେ ଜୋରରେ ଧକ୍କା ଦେଇଥିଲା ଯେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା ଟ୍ରାକ୍ଟର ଇଞ୍ଜିନ ।

ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଟ୍ରାକ୍ଟର ଚାଳକ । ସେ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ଚାଳକ । ତେବେ ସେ ରେଳ ଲାଇନରେ କାହିଁକି ଟ୍ରାକ୍ଟରକୁ ରଖିଥିଲେ । ଖରାପ ହୋଇଥିଲା ନା ଅନ୍ୟ କୌଣସି କାରଣରୁ ଅଟକି ଥିଲା ଜଣା ପଡିନି । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.