Below header

ସେନା କର୍ମଚାରୀଙ୍କ WhatsApp ଆକାଉଣ୍ଟ ବଦଳାଇବା ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଭାରତୀୟ ସେନା ନିଜର ସମସ୍ତ ଯବାନଙ୍କୁ ଏକ ଜରୁରୀ ଆଡ଼ଭାଇଜାରୀ ଜାରି କରିଛନ୍ତି । ଏଥିରେ କୁହାଯାଇଛିକି ସବୁ ଭାରତୀୟ ଯବାନ ଅତିଶୀଘ୍ର ନିଜ ହ୍ୱାଟ୍ସ ଆପ ଆକାଉଣ୍ଟସର ସେଟିଙ୍ଗ ଶୀଘ୍ର ବଦଳାଇ ନିଅନ୍ତୁ । ଯାହା ଦ୍ୱାରା ତାଙ୍କୁ କୌଣସି ପାକିସ୍ତାନି ଜ୍ୱାସୁସ ନିଜ ନିଜ ଗ୍ରୁପରେ ସାମିଲ କରି ପାରିବେ ନାହିଁ । ଏହି ନିକଟରେ ହିଁ ଜଣେ ଭାରତୀୟ ସେନା ଅଧିକାରୀଙ୍କ ହ୍ୱାଟ୍ସ ଆପ ନମ୍ବର ଗୋଟେ ପାକିସ୍ତାନୀ ଗ୍ରୁପରେ ବିନା ଅନୁମତିରେ ସାମିଲ କରାଯାଇଥିଲା । ଏହା ପରେ ହିଁ ସେନା ଅଧିକାରୀଙ୍କ ତରଫରୁ ଏପରି ଏକ ପଦକ୍ଷେପ ନିଆଯାଇଛି । ଯଦି ଆପଣ ଚାହିଁବେ ତ କୌଣସି ଗ୍ରୁପ ଆଡମିନ ଆପଣଙ୍କର ଅନୁମତି ବିନା ଆପଣଙ୍କୁ କୌଣସି ଗ୍ରୁପରେ ସାମିଲ ନକରନ୍ତୁ ବୋଲି ତେବେ ଆପଣଙ୍କୁ ନିଜ ମୋବାଇଲରେ କିଛି ସେଟିଙ୍ଗ କରିବାକୁ ପଡିବ । ସର୍ବ ପ୍ରଥମେ ନିଜ ହ୍ୱାଟ୍ସ ଆପକୁ ଅପଡେଟ କରନ୍ତୁ । ଏହା ପରେ ଆପକୁ ଓପନ କରନ୍ତୁ ।

whatsapp

ଏହା ସହ ପଢନ୍ତୁ: ଇଏ ହେଲେ ଦେଶର ସର୍ବକନିଷ୍ଠ ଜଜ୍‌, ମାତ୍ର ୨୧ ବର୍ଷରେ ନ୍ୟାୟିକ ସେବାରେ ସାମିଲ୍‌

ପରେ  Account>Privacy>Groups ଯାଆନ୍ତୁ । ଏହାର ଠିକ ପରେ ପରେ ଆପଣଙ୍କୁ ୩ଟି ବିକଳ୍ପ ମିଳିବ । ଯେଉଁଥିରେ Nobody, My contacts, Everyone ଲେଖାହୋଇଥିବା  ଦେଖାଦେବ  । ଏହା ଭିତରୁ ଯଦି ଆପଣ Nobodyରେ ଅପ୍ସନକୁ ଚୟନ କରିବେ ତେବେ ଆପଣଙ୍କୁ କିଏ ମଧ୍ୟ କୌଣସି ଗ୍ରୁପରେ ସାମିଲ କରିପାରିବ ନାହିଁ । ଯଦି ଆପଣ ଚାହୁଁଛନ୍ତିକି ଆପଣଙ୍କ contact ଥିବା ଲୋକେ ହିଁ ଆପଣଙ୍କୁ ଆଡ଼ କରିବେ ବୋଲି ତେବେ My contactsକୁ ଯାଆନ୍ତୁ । ସୂଚନା ଦେବା ଯୋଗ୍ୟକି ଏହି ବର୍ଷ ଜୁଲାଇ ମାସରେ ସେନା ଅଧିକାରୀ ଓ ସେମାନଙ୍କ ପରିବାରକୁ କୌଣସି ସନ୍ଦିଗ୍ଧ ହ୍ୱାଟ୍ସ ଆପରୁ ଦୁରେଇ ରହିବା ପାଇଁ ଖାତିର କରାଯାଇଥିଲା । ନଚେତ ଦେଶର ବିଶ୍ୱସନୀୟତା ଅସୁବିଧାରେ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.