Below header

ଶତ୍ରୁ ଭାବି ଏଡାଇ ଦେଲେନି, ଚୀନର ତିନି ଯବାନଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନା

ଭାରତ ଓ ଚୀନ ସୀମା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦୀୟ ସ୍ଥିତି ଲାଗି ରହିଛି । ଗୋଟେ ପଟେ ଡ୍ରାଗନ ସେନା ନିଜ ପ୍ରକୃତି ନଛାଡ଼ି ବାରମ୍ବାର ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିବା ବେଳେ କିନ୍ତୁ ଭାରତୀୟ ସେନା ନିଜ ମାନବିକତା ହରାଇ ନାହାନ୍ତି । ଏହାର ଏକ ସଦ୍ୟ ଉଦାହରଣ ସେପ୍ଟେମ୍ବର ତିନି ତାରିଖ ସିକିମରେ ଦେଖିବାକୁ ମିଳିଛି । ଭାରତ ପକ୍ଷର ସେନା ଚୀନ ସେନାଙ୍କ ଜୀବନ ବଞ୍ଚାଇ ନାହାନ୍ତି ତାଙ୍କ ଭୋକ ମେଣ୍ଟାଇବା ପାଇଁ ଖାଦ୍ୟପେୟର ଆୟୋଜନ କରିବା ସହିତ ଶୀତରୁ ରକ୍ଷା ପାଇବା ପାଇଁ ଗରମ ବସ୍ତ୍ର ବି ଦେଇଛନ୍ତି

ଏହାସହ ପ୍ରତିକୂଳ ଜଳବାୟୁରୁ ବଞ୍ଚାଇବା ପାଇଁ ସେମାନଙ୍କୁ ଅକ୍ସିଜେନ ବି ଦେଇଥିଲେ । ପ୍ରକୃତରେ ସେପ୍ଟେମ୍ବର ୩ ତାରିଖ ରାତିରେ ଉତ୍ତର ଶିକ୍କିମ ଅଞ୍ଚଳର ୧୭,୫୦୦ ଫୁଟ ଉଚ୍ଚତାରେ ଚୀନ ପକ୍ଷର ତିନି ଜଣ ସୈନ୍ୟ ନିଜ ରାସ୍ତା ଭୁଲିଯାଇଥିଲେ । ଏହି ଘଟଣା ଭାରତୀୟ ସେନାଙ୍କ ନଜରକୁ ଆସିବା ପରେ ଚୀନ ନାଗରିକଙ୍କ ପ୍ରାଥମିକ ଚିକିତ୍ସା କରିବା ସହିତ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇଥିଲେ । ଏହା ସହ ପ୍ରତିକୂଳ ପରିସ୍ଥିତିରୁ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅକ୍ସିଜେନର ଆୟୋଜନ ମଧ୍ୟ କରିଥିଲେ ।

ଚୀନ ପକ୍ଷର ସେନାଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଶୁନ ଡିଗ୍ରୀ ତାପମାତ୍ରାର ପ୍ରବଳ ଥଣ୍ଡା ପ୍ରକୋପ ଓ କଠୋର ଜଳବାୟୁ ପ୍ରକୋପରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଅକ୍ସିଜେନ, ଶୀତବସ୍ତ୍ର ଆଦି ଦେଇଥିଲେ । ଏହା ସହ ଭାରତ ପକ୍ଷ ସେନା ସେମାନଙ୍କୁ ଉଚିତ ରାସ୍ତା ଦେଖାଇବା ପରେ ସେମାନେ ନିଜ ସ୍ଥାନକୁ ଚାଲିଯାଇଥିଲେ । ଏହା ସହ ଭାରତୀୟ ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ଚୀନ ପକ୍ଷର ସେହି ତିନି ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.