Below header

ଭାରତୀୟ ମହିଳାଙ୍କୁ ‘ଦୁନିଆର ସବୁଠୁ ଅସୁନ୍ଦର’ ବୋଲି କହିଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି, ଭାରତୀୟଙ୍କ ପାଇଁ ବ୍ୟବହାର କରିଥିଲେ କଦର୍ଯ୍ୟ ଶବ୍ଦ

ଆମେରିକାର ପୂର୍ବ ରାଷ୍ଟ୍ରପତି ଭାରତୀୟଙ୍କୁ ଆଦୌ ପସନ୍ଦ କରୁନଥିଲେ। ଏକଥା ସେ ନିଜେ ମୁହଁ ଖୋଲି କହିନଥିଲେ ମଧ୍ୟ ତାଙ୍କ ବ୍ୟବହାର ଏହା କହୁଥିଲା। ଲକ୍ଷାଧିକ ବଙ୍ଗଲାଦେଶର ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିବାରୁ ଆମେରିକାର ତତ୍କାଳୀନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ହେନେରୀ କିସିଞ୍ଜର ୩ ଜୁନ୍‌, ୧୯୭୧ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଉପରେ ବିରକ୍ତ ହୋଇଥିଲେ। ସେତେବେଳେ ହେନେରୀ ଓ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍‌ ବଙ୍ଗଳା ବିଦ୍ରୋହର ଶରଣାର୍ଥୀ ଆସିବାକୁ ନେଇ ଇନ୍ଦିରାଗାନ୍ଧୀଙ୍କୁ ଦୋଷୀକୁ ବୋଲି କହୁଥିଲେ। କିସିଞ୍ଜର ତାଙ୍କ ବିଷୟରେ କହିଥିଲେ ଯେ ‘ସେମାନେ ମଇଳା ଧୋଇବାବାଲା ଲୋକ’।

indira2

କିସିଞ୍ଜରଙ୍କ ପାଇଁ କୁହାଯାଏ ଯେ ସେ ପାକିସ୍ତାନକୁ ବହୁତ ପସନ୍ଦ କରୁଥିଲେ। ଥରେ ପାକିସ୍ତାନଙ୍କ ସପକ୍ଷରେ ସେ କହିଥିଲେ ‘ପାକିସ୍ତାନୀ ଠିକ୍‌ ଲୋକ, କିନ୍ତୁ ସେମାନଙ୍କ ମାନସିକ ସରଞ୍ଚନା ଅସଭ୍ୟ(ଆଦିମ)’। ୧୭ ଜୁନ୍‌ ୧୯୭୧ରେ ନିକ୍ସନ୍‌ ଓ କିସିଞ୍ଜର ଇନ୍ଦିରାଗାନ୍ଧୀଙ୍କ ସହ ଏକ କଥା କଟାକଟି ବେଳେ ଭାରତୀୟ ମହିଳାଙ୍କ ପାଇଁ କଡ଼ା ଶବ୍ଦ ବ୍ୟବହାର କରିଥିଲେ। ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରିନ୍ସଟନ୍‌ ପ୍ରଫେସର ଓ ଲେଖକ ଗେରୀ ଜେ.ବାସ୍‌ଙ୍କ ଦ୍ୱାରା କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ସେ ଭାରତୀୟ ମହିଳାଙ୍କ ପାଇଁ ଏକ ବଡ଼ ଘୃଣିତ ଶବ୍ଦ ବ୍ୟବହାର କରିଥିଲେ। ସେ ମହିଳାଙ୍କୁ ‘ବାଷ୍ଟାର୍ଡ’ ବୋଲି କହିଥିଲେ। ଏଥିରୁ ଭାରତୀୟ ମହିଳାଙ୍କ ପାଇଁ ତାଙ୍କ ମନୋଭାବ କ’ଣ ଥିଲା ତାହା ସହଜରେ ବୁଝାପଡ଼େ।

indira3

କିସିଞ୍ଜର ଥରେ ନିକ୍ସନ୍‌ଙ୍କୁ କହିଥିଲେ ଭାରତୀୟ ଭାବେ ଚାପ୍‌ଲୁସ୍‌ ସ୍ୱଭାବର ହୋଇଥାନ୍ତି ଓ ଚାଟୁକାରିତାରେ ମାଷ୍ଟର। ଏହି କାରଣରୁ ଖରାପ ସମୟରେ ମଧ୍ୟ ଭାରତୀୟମାନେ ୬୦୦ ବର୍ଷ ଯାଏଁ ଜୀବିତ ରହିଥିଲେ। ଏଥିସହ ସେ ଭାରତୀୟଙ୍କୁ ସେକ୍ସଲେସ୍‌ ଓ ଏମାନଙ୍କ ଦ୍ୱାରା କିଛି ହୋଇପାରିବନି ବୋଲି କହିଥିଲେ। ଭାରତୀୟଙ୍କୁ ସେ ଦୟନୀୟ ବୋଲି ମଧ୍ୟ କହିଥିଲେ। ଏଥିରୁ କିସିଞ୍ଜରଙ୍କ ମାନସିକତା ବିଷୟରେ ଜଣାପଡ଼େ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.