Below header

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆକ୍ରମଣର ପ୍ରତିବାଦ, ଆଜି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆକ୍ରମଣର ପ୍ରତିବାଦ । ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ । ହସ୍ପିଟାଲରେ ସକାଳ ୬ଟାରୁ ଓପିଡି ବନ୍ଦ ରଖିବା ପାଇଁ କୁହାଯାଇଛି । ପ୍ରଥମ ଥର କର୍ପୋରେଟ୍‌ ହସ୍ପିଟାଲ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଓଡ଼ିଶା ଶାଖା ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛି । ଡାକ୍ତରମାନେ କଳାବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିବା ସହ କାର୍ଯ୍ୟରେ ଯୋଗଦେବେ ନାହିଁ । ଆନ୍ଦୋଳନରେ ଘରୋଇ ମେଡିକାଲ ସଂଘ, ଓମ୍‌ସା, ଏସ୍‌ସିବି ୟୁଜି ଓ ପିଜି ସଂଘ ସାମିଲ ହେବ ।

bengal protestଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟକୁ ଚିଠି ଲେଖି ଡାକ୍ତର ଓ ହସ୍ପିଟାଲର ସୁରକ୍ଷା ପାଇଁ କଠୋର ଆଇନ ଲାଗୁ କରିବାକୁ କହିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାତୀୟସ୍ତରରେ ଆଇନ ପ୍ରଣୟନ କରିବାକୁ ଆଇଏମ୍‌ଏ ଦାବି କରିଛି । ଏନ୍‌ଆରଏସ ମେଡିକାଲ କଲେଜରେ ଦୁଇ ଜଣ ଜୁନିଆର ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ଏହାପରେ ଆନ୍ଦୋଳନ ବ୍ୟାପୀଥିଲା । ଏପରକି ପ୍ରାୟ ୩ଶହ ସରକାରୀ ଡାକ୍ତର କାର୍ଯ୍ୟରୁ ଇସ୍ତଫା ଦେଇଛନ୍ତି।

doctorଏପଟେ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ଆଲୋଚନା କୌଣସି ରୁଦ୍ଧ କୋଠରୀ ଭିତରେ ହେବ ନାହିଁ ଗଣମାଧ୍ୟମ ଉପସ୍ଥିତିରେ ହେବ ବୋଲି ଡାକ୍ତରଙ୍କ ମିଳିତ ଫୋରମ୍‌ ପକ୍ଷରୁ କୁହାଯାଇଛି । ଡାକ୍ତରଙ୍କ ଏହି ସର୍ତ୍ତ ନେଇ ପଶ୍ଚିମବଙ୍ଗ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.