ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ, ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେବେ ନବୀନ

କେନ୍ଦ୍ରାପଡା(କେନ୍ୟୁଜ୍): ଆଜି କେନ୍ଦ୍ରାପଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ପହଞ୍ଚିବେ । ସଂଧ୍ୟା ୫ଟାରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଏହା ପରେ ଭୁବନେଶ୍ୱର ଫେରି ଆସିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗକୁ ପାଟକୁରା ନିର୍ବାଚନ ଥିବାରୁ ନବୀନଙ୍କ ଗସ୍ତ ବିଜେଡି କର୍ମୀଙ୍କୁ ଉତ୍ସାହିତ କରିଛି । ବାତ୍ୟା ଫନି ପରେ ପାଟକୁରା ନିର୍ବାଚନ ସ୍ଥଗିତ ରହିଛି । ଏଠାରେ ଯେକୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏଠାରେ ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରଓ୍ଵାଲ ପ୍ରାର୍ଥୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.