Below header

ସବ ଲେଫ୍‌ଟନାଣ୍ଟ ଶିବାଙ୍ଗୀ ସିଂହ ହେଲେ ଭାରତୀୟ ନୌସେନା ପ୍ରଥମ ମହିଳା ପାଇଲଟ

ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ସମ୍ମାନ ପାଇଁ ଐତିହାସିକ ଦିନ। ଭାରତୀୟ ନୌସେନାକୁ ମିଳିଲା ପ୍ରଥମ ମହିଳା ପାଇଲଟ। ସବ ଲେଫ୍‌ଟନାଣ୍ଟ ଶିବାଙ୍ଗୀ ସିଂହ ନୌସେନାର ପ୍ରଥମ ମହିଳା ପାଇଲଟ ହୋଇଛନ୍ତି। ବିହାର ମୁଜାଫରପୁରର ସବ ଲେଫ୍‌ଟନାଣ୍ଟ ଶିବାଙ୍ଗୀ କୋଚିରେ ନିଜର ପ୍ରଶିକ୍ଷଣ ସଂପୂର୍ଣ୍ଣ କରିବା ପରେ ନୌସେନାର ଡ୍ରୋନିୟର ବିମାନ ଉଡ଼ାଇଛନ୍ତି। ଶିବାଙ୍ଗୀ ନୌସେନାର ୨୭ତମ ଏନଓସି କୋର୍ସରେ ଯୋଗ ଦେଇଥିଲେ। ୨୦୧୮ ଜୁନ ମାସରେ ସେ କେରଳର ଇଣ୍ଡିଆନ ନାଭାଲ ଏକାଡେମୀରେ କମିସନିଂ ସଂପୂର୍ଣ୍ଣ କରିଥିଲେ। ଏହା ପରେ ସେ ପାଇଲଟ ପ୍ରଶିକ୍ଷଣ ନେବା ପରେ ଆଜି ପାଇଲଟ ପଦକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ନୌସେନାର ଦକ୍ଷିଣ କମାଣ୍ଡର ପରମ୍ପରା ଅନୁସାରେ ତାଙ୍କୁ ପାଇଲଟ ଭାବେ ସାମିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.