Xiaomi ଲଞ୍ଚ୍‌ କଲା ରେଡିଓ ପାଓ୍ଵାର ବ୍ୟାଙ୍କ, ମିଳିବ ଏହି ଖାସ୍‌ ଫିଚର

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘ଶାଓମୀ’ ବିଶ୍ୱ ସ୍ତରରେ ଏଫ୍‌ଏମ୍‌ ରେଡିଓ ବାଲା ପାଓ୍ଵାର ବ୍ୟାଙ୍କ ଲଞ୍ଚ କରିଛି। ୟୁଜରମାନେ ଏହି ଡିଭାଇସ୍‌ ଦ୍ୱାରା ଫୋନ୍‌ ଚାର୍ଜ କରିବା ସମୟରେ ଗୀତ ମଧ୍ୟ ଶୁଣିପାରିବେ। କମ୍ପାନୀ ଏହି ପାଓ୍ଵାର ବ୍ୟାଙ୍କକୁ ରେଟ୍ରୋ ଷ୍ଟାଇଲ୍‌ ଦେଇଛି।

ୟୁଜରମାନଙ୍କୁ ଏହି ପାଓ୍ଵାର ବ୍ୟାଙ୍କରେ ୨ ୟୁଏସ୍‌ବି ଟାଇପ୍‌-ଏ ପୋର୍ଟସ୍‌ ମିଳିବ। ଏଥିରେ ୧୦,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି। ଏହାର ଦାମ୍‌ ରହିଛି ୧୩୮ ଚାଇନା ୟୁଆନ୍‌, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୧,୪୦୮ ଟଙ୍କା।

ଏହାସହ ପଢ଼ନ୍ତୁ: କମାଣ୍ଡରେ ଚାଲିବ ସ୍ମାର୍ଟ ଫ୍ୟାନ୍‌! ଖୁବ୍‌ଶୀଘ୍ର ମାର୍କେଟରେ ନେବ ଏଣ୍ଟ୍ରି

ଏହି ପାଓ୍ଵାର ବ୍ୟାଙ୍କକୁ ବନାଇବା ପାଇଁ କମ୍ପାନୀ ସ୍କିନ୍‌-ଫ୍ରେଣ୍ଡଲି ପ୍ଲାଷ୍ଟିକ୍‌ ବ୍ୟବହାର କରିଛି। ମିଡିଆ ରିପୋର୍ଟ ମୁତାବକ, ଏହି ଡିଭାଇସ୍‌ ଫୋନ୍‌ ୨.୧ ଏ କରେଣ୍ଟ ସହ ୫ବି ଉପରେ ଚାର୍ଜ କରିଥାଏ। ଏହାଛଡ଼ା ୟୁଜରମାନଙ୍କୁ ଏଥିରେ ଡିଜିଟାଲ ଡିସ୍‌ପ୍ଲେ ମିଳିବ, ଯାହାକି ଚାର୍ଜିଙ୍ଗ୍‌ର କ୍ଷମତାକୁ ଦେଖାଇବ। ସେହିପରି ରେଡିଓ ଅନ୍‌ କିମ୍ବା ଅଫ୍‌ କରିବା ପାଇଁ ଏଥିରେ ବଟନ୍‌ ଦିଆଯାଇଛି।

ଶାଓମୀ ପାଓ୍ଵାର ବ୍ୟାଙ୍କ ସ୍ପୀକର ପାଖରେ Time flies ଏବଂ The age of Elvis ଲେଖିଛି। କମ୍ପାନୀ ଦାବି କରିଛି ଯେ ଏହି ପାଓ୍ଵାର ବ୍ୟାଙ୍କ ଆଇଫୋନ୍‌ ଏକ୍ସକୁ ୩ଥର ଫୁଲ୍‌ ଚାର୍ଜ କରିଦେବ। ଗ୍ରାହକମାନେ ଏହାକୁ ବ୍ଲାକ୍‌, ହ୍ଵାଇଟ୍‌ କିମ୍ବା ପିଙ୍କ୍‌ କଲର ଅପ୍‌ଶନରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.