Below header

ଲକ୍‌ଡାଉନ୍‌ ପରେ ରେଳ ଯାତ୍ରାରେ ମାସ୍କ ପିନ୍ଧିବା, ଥର୍ମାଲ ସ୍କ୍ରିନିଙ୍ଗ୍‌ ଓ ସାମାଜିକ ଦୂରତ୍ୱ ହେବ ବାଧ୍ୟତାମୂଳକ, ଆଉ କ’ଣ ହେବ ଜାଣନ୍ତୁ

ରେଳ ଯାତ୍ରା ପାଇଁ ପ୍ରୋଟୋକଲ୍‌ ତିଆରି କରିବାରେ ବ୍ୟସ୍ତ ରେଳ ବିଭାଗ । ଯଦି ଏହି ପ୍ରୋଟକଲ୍‌ ଲାଗୁ ହୁଏ ତେବେ ଟ୍ରେନ୍‌ ଯାତ୍ରାରେ ଆଗ ଅପେକ୍ଷା ଅନେକ ପରିବର୍ତ୍ତନ ଆସିବ । କରୋନା ସଙ୍କଟ ଯୋଗୁ ୨୧ ଦିନର ଲକ୍‌ଡାଉନ୍‌ ସମୟସୀମା ୧୪ ଅପ୍ରେଲରେ ସରୁଛି ।

ତେବେ ୧୫ ତାରିଖରୁ ରେଳ ଯାତ୍ରା ଜାରି ରହିବ କି ନାହିଁ ତାହା ଏଯାଏ ସ୍ଥିର କରାଯାଇନି । ମାତ୍ର ଲକ୍‌ଡାଉନ୍‌ ଖୋଲିବା ପରେ ରେଳ ଯାତ୍ରା ଆଉ ଆଗ ପରି ରହିବ ନାହିଁ । ଏଥିରେ ଅନେକ ପରିବର୍ତ୍ତନ ଅଣାଯିବ ।

ଆସନ୍ତୁ ଜାଣିବା କି ପରିବର୍ତ୍ତନ ହେବାର ବ୍ୟବସ୍ଥା କରାଯାଇଛି । ପ୍ରଥମରେ ସବୁ ଯାତ୍ରୀଙ୍କୁ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବାକୁ ପଡ଼ିବ । ଷ୍ଟେସନରେ ସମସ୍ତଙ୍କୁ ସ୍କ୍ରିନିଂ କରାଯିବାର ବ୍ୟବସ୍ଥା କରାଯିବାକୁ ରେଳ ବିଭାଗ ପ୍ରୋଗ୍ରାମ କରୁଥିବା ଇକନମିକ୍ସ ଟାଇମ୍ସରେ ସୂତ୍ରରୁ ଜଣାପଡ଼ିଛି ।

ଏହାଛଡ଼ା ୬ ସିଟ୍‌ ର କ୍ୟାବିନ୍‌ରେ ମାତ୍ର ୨ ଜଣ ଲୋକଙ୍କୁ ବସିବା ପାଇଁ ଅନୁମତି ମିଳିବ । ବିନା ଏସି କୋଚ୍‌ରେ ଟ୍ରେନ୍‌ ଚାଲିବ । ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ନିଜ ସ୍ୱାସ୍ଥ୍ୟର ସଂପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ ବୋଲି ରେଳ ବିଭାଗ ଚିନ୍ତା କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.