ପୁଣି କରୋନାକୁ ନେଇ ଗୁଜବ ସୃଷ୍ଟି ହେଲା ମୋହନା ଅଞ୍ଚଳରେ, ସାତଘରୁ ବୁଲି ବୁଲି ପାଣି ମାଗି ପିଇଲେ କୁଆଡେ ଦୂର ହେଇଯାଉଛି କରୋନା

ମୋହନା(କେନ୍ୟୁଜ): ସାତଟି ତୁଳସୀ ପତ୍ର ଖାଇଲେ କରୋନା ପାଖ ମାଡିପାରିବନି ବୋଲି କିଛି ଦିନ ତଳେ ପୁରୀର ବଡ଼ ପଣ୍ଡାଙ୍କୁ ସ୍ବପ୍ନ ହୋଇଛି ବୋଲି ଗୁଜବ ବେସ ଜୋର ସୋରରେ ସୋସିଆଲ ମିଡ଼ିଆରେ ଘୁରିବୁଲିଲା। ଆମ ଲୋକମନେ ଵି ଏହି କଥାକୁ ବିଶ୍ୱାସ କରି ସାତଟି ତୁଳସୀ ପାତ୍ର ଖାଇବାରେ ଲାଗିଥିଲେ। କିନ୍ତୁ ପରେ ଗୁଜବ ବୋଲି ପ୍ରମାଣିତ କରିଥିଲେ ପୁରୀ ପଣ୍ଡା ଓ କହିଥିଲେ ତୁଳସୀ ପତ୍ର ଖାଇଲେ ବହୁ ଜ୍ୱର ରୋଗ ଥଣ୍ଡା କାଶ ଭଲ ହୁଏ। ଏହାକୁ ସବୁଦିନ ସେବନ କଲେ ଦେହ ପ୍ରତି ଭଲ କିନ୍ତୁ ମୋତେ ଏପରି କିଛି ସ୍ବପ୍ନ ଦେଶ ହୋଇନି ବୋଲି ସେ କହିଥିଲେ। ଏବେ ଏହାର କିଛିଦିନ ବିତିଛି କି ନାହିଁ ଆରମ୍ଭ ହୋଇଗଲାଣି ଆଉ ଏକ ଗୁଜବ। ଆଉ ଏହି ଗୁଜବ ଟି ହେଲା ଯାହାର ଗୋଟିଏ ପୁଅ ହୋଇଥିବ ସେହି ଘରର ମହିଳା ପାଖ ପଡିଶାର ସାତ ଘର ବୁଲି ପାଣି ସଂଗ୍ରହ କରି ସେହି ପାଣିକୁ ସେବନ କଲେ ତା ପୁଅ ଉପରେ କରୋନାର ପ୍ରଭାବ ପଡିବ ନାହିଁ। ଏହାକୁ ସତ ଭାବି ରା.ଉଦୟଗିରିରେ ଏବେ ଖେଳି ଯାଇଛି ଆତଙ୍କ ଏହା କିଛି ଲୋକ ସତ ଭାବି ସାତ ଘର ବୁଲି ପାଣି ସଂଗ୍ରହ କରି ସେହି ପାଣି ସେବନ କରିବାରେ ଲାଗିଛନ୍ତି। ତେବେ ପ୍ରଶ୍ନ ଉଠୁଛି ସେତେ ସବୁ ସଚେତନତା ଓ ମିଥ୍ୟ ଗୁଜବ ଅପପ୍ରଚାରକୁ ରୋକ ଲାଗିବା ପାଇଁ ଅନେକ କଟକଣା ଜାରି ହୋଇଥିଲେ ମଧ୍ୟ କିଭଳି ଏହାକୁ ଉଲଙ୍ଘନ କରୁଛନ୍ତି ଲୋକେ।

କରୋନା ଭୁତାଣୁକୁ ନେଇ ସାରା ଦେଶ ଚିନ୍ତିତ ଥିବା ବେଳେ ଓଡିଶା ସାରକାର ଆଜି ଲକଡାଉନ ଏପ୍ରିଲ 30 ତାରିଖ ଯାଇ ଘୁଞ୍ଚାଇଛନ୍ତି ଓ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଯିଏ ଏହି ନିୟମକୁ ଉଲଂଘନ କରିବ ତାକୁ କୋଠରରୁ କୋଠାର ଦଣ୍ଡ ମଧ୍ୟ ମିଳୁଛି, କିନ୍ତୁ ଏହି ଗୁଜବ ଦ୍ଵାରା ଲୋକେ ଯଦି ସାତ ଘର ବୁଲି ଏମିତି ପାଣି ପିଇବେ ତାହାଲେ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଅଛି, ଲୋକମାନେ ଏହାକୁ ଅଯଥାରେ ବିଶ୍ୱାସ ନକରି ସରକାରୀ ନିୟମ ପାଳନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ରା.ଉଦୟଗିରି ଅଞ୍ଚଳର ବୁଦ୍ଧିଜୀବି l ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏଭଳି ଗୁଜବ ପ୍ରଚାର ବନ୍ଦ କରିବା ପାଇଁ ଦାବି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.