ବାଲେଶ୍ୱର ବଡ ମେଡିକାଲ ଶିଶୁ ବିଭାଗରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗ, ନିଆଁ ଲାଗିବା କାରଣ ଅସ୍ପଷ୍ଟ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବଡ଼ ଡାକ୍ତରଖାନା‌ ପରିସରରେ ଥିବା ଶିଶୁଭବନରେ ଅଗ୍ନିକା‌ଣ୍ଡ। ଶିଶୁଭବନର ଉପରମହଲାରେ ଲାଗିଯାଇଥିଲା ନିଆଁ । ଠିକଣା ସମୟରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ସୂଚନା ମୁତାବକ ଆଜି ସଂଧ୍ୟା ପ୍ରାୟ ସାଢ଼େ ୯ଟାରେ ଶିଶୁଭବନର ଉପରମହଲାରେ ଥିବା ନ୍ୟୁଟ୍ରିସନ ରିହାବିଲିଟି ସେଣ୍ଟର(ଏନଆରସି)ରେ ହଠାତ୍‌ ନିଆଁ ଲାଗିଥିଯାଇଥିଲା। ଏହା ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ସହ ତଳ ମହଲରେ ଥିବା ଶିଶୁରୋଗୀମାନଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଘଟଣରେ କାହାରି କିଛି କ୍ଷତି ହୋଇନାହିଁ ବୋଲି ସିଡିଏମ୍‌ଓ ସୂଚନ ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାର କାରଣ ତାହା ଜଣାପଡ଼ିନାହିଁ ବୋଲି ସିଡିଏମ୍‌ଓ ଡା. ବାନାର୍ଜା ପ୍ରସାଦ ଛୋଟରାୟ କହିଛନ୍ତି ।ଏହି ଅଗ୍ନିକାଣ୍ଡର ଖବର ପାଇ ଘଟଣା ସ୍ଥଳରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପି ପହଞ୍ଚି ଅନୁଧ୍ୟାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.