ଯୁବତୀଙ୍କୁ ଖାଦ୍ୟରେ ବାଦାମ ଦେବା ପଡିଲା ମହଙ୍ଗା, ରେଷ୍ଟୁରାଣ୍ଟ ଗଣିଲା ୩.୫ ଲକ୍ଷ ଟଙ୍କା

ଆପଣ ନିଶ୍ଚିତ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିବେ । ତାହା ଆପଣଙ୍କ ବନ୍ଧୁଙ୍କ ସହିତ ହେଉ ଅବା ପରିବାର ସଦସ୍ୟଙ୍କ ସହିତ। ଆପଣ ଖାଇସାରିଲା ପରେ ବିଲ୍‌ ମଧ୍ୟ ଦେଉଥିବେ।କିନ୍ତୁ ଏଠାରେ ଏପରି କିଛି ଘଟିଛି, ଯେଉଁଥି ପାଇଁ ରେଷ୍ଟୁରାଣ୍ଟକୁ ଦେବାକୁ ପଡିଛି ୩.୫ ଲକ୍ଷ ଟଙ୍କାର ଜରିମାନା। ଏମିତି ଏକ ଘଟଣା ବ୍ରିଟେନରେ ଘଟିଛି। ବ୍ରିଟେନରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟ ‘ଗୁଲସନ’କୁ ୧୬ ବର୍ଷୀୟ ଜଣେ ଯୁବତୀ ନିଜ ପରିବାର ସଦସ୍ୟଙ୍କ ସହିତ ଖାଇବାକୁ ଯାଇଥିଲେ। ସେଠାରେ ଥିବା କର୍ମଚାରୀ ତାଙ୍କୁ ଖାଦ୍ୟ ପରଷି ଥିଲେ। ସେହି ଖାଦ୍ୟକୁ ଖାଇ ସାରିବା ପରେ ଯୁବତୀଙ୍କ ଜିଭ ଝିମିଝିମି ହେବା ସହିତ ଫୁଲିଯାଇଥିଲା। ଏପରି କେମିତି ହେଲା ବୋଲି, ଯୁବତୀ ଜଣକ ହସପିଟାଲକୁ ଯାଇ ଚିକିତ୍ସା କରିଥିଲେ। ଯେଉଁଠି ତାଙ୍କ ଖାଦ୍ୟରେ ବାଦାମର ପ୍ରୋଟିନ ରହିଥିବା ଡାକ୍ତର ପରୀକ୍ଷଣରୁ ଜାଣିବାକୁ ପାଇଥିଲେ।

ଏହାସହ ପଢ଼ନ୍ତୁ ; ସଂସଦରେ ସାଂସଦ କଲେ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ, ଆଉ ତା’ ପରେ…

Gulshan

ଆପଣ ଭାବୁଥିବେ, ବାଦାମ ପ୍ରୋଟିନ ସହିତ ଯୁବତୀଙ୍କ ଦେହ ଖରାପ ହେବା ସହିତ ସମ୍ବନ୍ଧ କ’ଣ। କିନ୍ତୁ ପ୍ରକୃତ ସତ୍ୟ ହେଲା, ଯୁବତୀଙ୍କୁ ଯେଉଁ ଚିକେନ ତରକାରୀ ଦିଆଯାଇଥିଲା ସେଥିରେ ବଦାମର ପ୍ରୋଟିନ ରହିଥିଲା। । ରେଷ୍ଟୁରାଣ୍ଟରେ ଖାଦ୍ୟ ଅର୍ଡର କରିବା ପୂର୍ବରୁ ଯୁବତୀ ଜଣକ ତାଙ୍କ ଆଲର୍ଜି ବିଷୟରେ ମଧ୍ୟ ଜଣାଇଥିଲେ। କିନ୍ତୁ ରେଷ୍ଟୁରାଣ୍ଟ କର୍ମଚାରୀ ଖାଦ୍ୟରେ କିଛି ଅସୁବିଧା ନାହିଁ ବୋଲି ଯୁବତୀଙ୍କ ବିଶ୍ୱାସ ଦେଇଥିଲେ। ଯୁବତୀଙ୍କୁ ବାଦାମ କିମ୍ବା କୌଣସି ଡ୍ରାଏ ଫ୍ରୁଟ୍ସ ଖାଦ୍ୟ ଯୋଗୁଁ ଆଲର୍ଜି ହୋଇଥାଏ। ରେଷ୍ଟୁରାଣ୍ଟ ଦେଇଥିବା ଖାଦ୍ୟରେ ଯେହେୁତ ବାଦାମ ପ୍ରୋଟିନ ରହିଥିଲା, ଯୁବତୀଙ୍କ ସହିତ ଏପରି ଅବସ୍ଥା ଘଟିଥିଲା। ଯେଉଁଥିପାଇଁ ରେଷ୍ଟୁରାଣ୍ଟ ମାଲିକଙ୍କୁ ୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଥିଲା।

Leave A Reply

Your email address will not be published.