ସାଇକେଲର ଉଚ୍ଚତା ୯ ଫୁଟ, ସିଡ଼ି ସାହାଯ୍ୟରେ ଚଢି ଯୁବକ ଚଳାଉଛନ୍ତି ସାଇକେଲ, ଦେଖନ୍ତୁ ଭିଡିଓ

ସାଇକେଲ ଚଳାଇବା ପ୍ରାୟ କିଛିଲୋକଙ୍କୁ ବହୁତ ପସନ୍ଦ । ଯଦି ଆପଣଙ୍କୁ ବି ସାଇକେଲ ରାଇଡିଙ୍ଗ ପସନ୍ଦ ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏପରି ଏକ ଭିଡିଓ ଯେଉଁଠି ଏକ ସାଇକେଲ ଉପରକୁ ଚଢିବାପାଇଁ ସିଡ଼ି ଲଗାଇବାକୁ ପଡିଥାଏ । ଏହି ଭିଡ଼ିଓଟି ମାଲେସିଆର ଅଟେ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କାକରୋଟ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ସେୟାର କରିଥିଲେ ଯେଉଁଥିରେ ଏକ ଯୁବକ ଏହି ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା ।

ଏହାସହ ପଢନ୍ତୁ ସାଇକେଲ ମରାମତି କରିବାରେ ବିଳମ୍ବ, ପୋଲିସରେ ଅଭିଯୋଗ କଲେ ପଞ୍ଚମ ଶ୍ରେଣୀ ଛାତ୍ର, ଆଉ ତାପରେ..

୯ ଫୁଟରୁ ଉଚ୍ଚ ଏହି ସାଇକେଲ

ଏହି ସାଇକେଲର ଉଚ୍ଚତା ୯ଫୁଟ । ଏହା ଉପରେ ଚଢିବା ପାଇଁ ବ୍ୟକ୍ତି ଜଣକ ଏକ ସିଡିର ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ଯାହାଦ୍ୱାରା ସେ ସାଇକେଲ ଉପରେ ଚଢ଼ୁଥିଲେ । ତାପରେ ବ୍ୟକ୍ତି ଜଣକ ସିଡ଼ି ସାହାଯ୍ୟରେ ସାଇକେଲ ଚଢି ଏହାକୁ ଚଳାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଯଦି କେବେ ଏହି ସାଇକେଲରେ ବ୍ରେକ ନଲାଗେ ତାହେଲେ ଫଳାଫଳ ଯାହାହେବେ ତାହା ଚିନ୍ତାର ବିଷୟ ।

Leave A Reply

Your email address will not be published.