Below header

ଦୁର୍ଘଟଣା ବିମାରେ ଆଉ କରିପାରିବେନି ଜାଲିଆତି, ବୀମା ରାଶି ପାଇବାକୁ ହେଲେ ଦେବାକୁ ହେବ ଦୁର୍ଘଟଣାର ଫଟୋ ଆଉ ଭିଡିଓ

ଭୁବନେଶ୍ବର (କେନ୍ଯୁଜ୍) : ଫେକ୍‌ ଇନସୁରାନ୍‌ସ ଦାବିରୁ ବର୍ତ୍ତିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ପତ୍ର ଲେଖି ଜଣାଇଛନ୍ତି। ରାଜ୍ୟର ଅନେକ ସ୍ଥାନରେ ମିଛ ଦୁର୍ଘଟଣାର ମାମଲା ରୁଜୁ କରି ଇନସୁରାନ୍‌ସ କଂପାନୀରୁ ଅର୍ଥ ଦାବି ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ, ଡାକ୍ତରଙ୍କୁ ପ୍ରଭାବିତ କରି ଓ ଦଲାଲଙ୍କ ସହାୟତାରେ ମୋଟା ଅଙ୍କର ମୋଟରଯାନ ବୀମା ରାଶି ଉଠାଇ ନେଉଥିବା ଜଣାପଡ଼ିଛି। ଏହାକୁ ରୋକିବାକୁ କ୍ରାଇମବ୍ରାଞ୍ଚ ପତ୍ର ଲେଖିଛି।

ଦୁର୍ଘଟଣା ପରେ ମାମଲା ରୁଜୁ ସହ ଦୁର୍ଘଟଣାସ୍ଥଳର ଫଟୋ ଓ ଭିଡିଓ ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ରହିଛି। ଦୁର୍ଘଟଣା ସଂପର୍କିତ ମାମଲାକୁ ଜଣେ ଡିଏସପି ର‍୍ୟାଙ୍କର ଅଧିକାରୀ ତଦନ୍ତ କରିବେ। ଡାକ୍ତରଙ୍କ ଦ୍ୱାରା ଦୁର୍ଘଟଣା ଭୟାବହତାର ପ୍ରମାଣ ଦାଖଲ କରାଯିବ। ତଦନ୍ତକାରୀ ଅଧିକାରୀ ବୀମା ସଂପର୍କିତ ସମସ୍ତ କାଗଜପତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଦୁର୍ଘଟଣା ଘଟିଥିବା ଗାଡ଼ିର ଡ୍ରାଇଭରର ଲାଇସେନ୍‌ସ ରଦ୍ଦ, ପ୍ରମାଣ ଆଇନ ଆଧାରରେ ସିସିଟିଭି ଫୁଟେଜ ହାସଲ କରିବାକୁ ପତ୍ରରେ ଉଲ୍ଲେଖ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.